ମନ୍ତ୍ରୀଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ, ଲରେନ୍ସ ବିଷ୍ଣୋଇ ନାମରେ ଆସିଲା କଲ୍‌

ବିହାରର ମନ୍ତ୍ରୀ ସନ୍ତୋଷ କୁମାର ସିଂହଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି । ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ କହିଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ମାମଲା..

ନୂଆଦିଲ୍ଲୀ: ବିହାର ସରକାରର ଶ୍ରମ ସମ୍ବଳ ମନ୍ତ୍ରୀ ସନ୍ତୋଷ କୁମାର ସିଂହଙ୍କୁ ଜୀବନରୁ ମାରିଦେବାର ଧମକ ମିଳିବା ଖବର ସାମ୍ନାକୁ ଆସିଛି । ସନ୍ତୋଷ କୁମାର ସିଂହ ମଙ୍ଗଳବାର ଦିନ ଦାବି କରି କହିଛନ୍ତି ଯେ, ବ୍ୟକ୍ତି ଜଣକ ନିଜକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କହି, ତାଙ୍କୁ ଜୀବନରୁ ମାରିବାର ଧମକ ଦେଇଛି ।

ଶ୍ରମ ସମ୍ବଳ ମନ୍ତ୍ରୀ ସନ୍ତୋଷ କୁମାର ସିଂହ ଏହି ମାମଲାରେ ମଙ୍ଗଳବାର ଦିନ ପୋଲିସ ପାଖରେ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ ଏହି ସଂପୂର୍ଣ୍ଣ ମାମଲାର ଯାଞ୍ଚ ଆରମ୍ଭ କରିଛି ।

୩୦ ଲକ୍ଷ ଟଙ୍କା: ଶ୍ରମ ସମ୍ବଳ ମନ୍ତ୍ରୀ ସନ୍ତୋଷ କୁମାର ସିଂହ ଧମକ ପୂର୍ଣ୍ଣ କଲ ବିଷୟରେ ସୂଚନା ଜାରି କରିଛନ୍ତି । ସେ କହିଛନ୍ତି ଯେ, “ମଙ୍ଗଳବାର ଦିନ ମୋ ମୋବାଇଲକୁ ଏକ ଫୋନ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଲରେନ୍ସ ବିଷ୍ଣୋଇ କହିଥିଲା ଏବଂ ସେ ମୋତେ ୩୦ ଲକ୍ଷ ଟଙ୍କା ମାଗିଛି ।”

ବାବ ସିଦ୍ଧିକିଙ୍କ ଭଳି ମାରିବାର ଧମକ: ମନ୍ତ୍ରୀ ସନ୍ତୋଷ କୁମାର ସିଂହ କହିଛନ୍ତି ଯେ, ଫୋନ କରିଥିବା ବ୍ୟକ୍ତି ତାଙ୍କୁ ବାବା ସିଦ୍ଧିକି ହତ୍ୟାକାଣ୍ଡ କଥା ମଧ୍ୟ କହିଲା । ସେ କହିଲା ଯେ, ଯଦି ଟଙ୍କା ନ ଦିଅନ୍ତି ତେବେ ମନ୍ତ୍ରୀଙ୍କୁ ସେହିଭଳି ହତ୍ୟା କରାଯିବ ।