କଟକ: ମାଧ୍ୟମିକ ଶିକ୍ଷା ପରିଷଦ (BSE) ଆରମ୍ଭ କଲା ଡିଜି ଲକର ବ୍ୟବସ୍ଥା । ଏ ନେଇ ସୂଚନାଦେଲେ ବିଏସଇ ଉପସଭାପତି ନିହାର ରଞ୍ଜନ ମହାନ୍ତି ।
ବୋର୍ଡରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବହାର ହେବ ଏହି ଡିଜି ଲକର । ୧୮୩ ସେଣ୍ଟରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବାକ୍ସରେ ଲାଗିବ ଡିଜିଟାଲ ଲକର ।
ଆସନ୍ତା ୧୭ ତାରିଖରେ ଓଏସଏସଟିଇଟିରେ ପ୍ରଥମ କରି ବ୍ୟବହାର କରାଯିବ । ଆଗାମୀ ଦିନରେ ମାଟ୍ରିକ୍ ପରୀକ୍ଷାରେ ବ୍ୟବହାର ବ୍ୟବସ୍ଥା କରାଯିବ ।