ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ଡ଼ାକ୍ତରଙ୍କ ପ୍ରତିକ୍ରିୟା, ମେରୁଦଣ୍ଡରୁ ବାହାରିଲା 2.5 ଇଞ୍ଚର ଛୁରି

ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ଡାକ୍ତରଙ୍କ ପ୍ରତିକ୍ରିୟା । ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ ଶେଷ ହୋଇଛି ।

ନୂଆଦିଲ୍ଲୀ: ସୁପରଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହାରି ଭିତରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଡାକ୍ତର ।

ସ୍ପାଇନରୁ ବାହାରିଲା ଛୁରି:   ଡାକ୍ତରଙ୍କ କହିବା ଅନୁସାରେ, ସୈଫଙ୍କର ଅପରେସନ ବର୍ତ୍ତମାନ ଶେଷ ହୋଇଛି । ତାଙ୍କ ମେରୁଦଣ୍ଡରୁ 2.5 ଇଞ୍ଚର ଛୁରି ବାହାରିଛି । ତାଙ୍କର ନ୍ୟୁରୋ ଏବଂ ପ୍ଲାଷ୍ଚିକ ସର୍ଜରି ସରିଛି ।

ସୈଫକୁ ଆଇସିୟୁକୁ ସ୍ଥାନାନ୍ତର-   ସୈଫଙ୍କର ବେକ ଏବଂ ସ୍ପାଇନାଲ କର୍ଡରେ ଗଭୀର ଆଘାତ ଲାଗିଛି । ବର୍ତ୍ତମାନ ସେ ବିପଦ ମୁକ୍ତ ରହିଥିବା ବେଳେ ତାଙ୍କୁ ଅପରେସନ ରିଏଟରରୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି ।

ଗୋଟିଏ ଦିନ ଅଭଜପଭେସନ-  ତାଙ୍କୁ 24 ଘଣ୍ଟା ଅବଜରଭେସନରେ ରଖାଯିବ । ତାପରେ ତାଙ୍କ ସ୍ବାସ୍ଥ୍ୟ ନେଇ ନିଷ୍ପତ୍ତି ନିଆଯିବ । ସେ ଧୀରେ ଧୀରେ ସୁସ୍ଥ ହେଉଥିବା ମଧ୍ୟ ଡାକ୍ତର କହିଛନ୍ତି ।

ପୋଲିସର ପ୍ରତିକ୍ରିୟା- ଚୋରି କରିବା ସମୟରେ ଏଭଳି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ସ୍ପଷ୍ଚ ହୋଇପାରିବ ବୋଲି ପୋଲସ ପକ୍ଷରୁ କୁହାଯାଇଛି ।

ଖବର ଅନୁସାରେ, ରାତି ୨ଟାରେ ଦୁର୍ବୃତ୍ତ ଅଭିନେତାଙ୍କ ଘରେ ଏକ ଦୁର୍ବୃତ୍ତ ପହଞ୍ଚି ସୈଫ ଅଲୀ ଖାନଙ୍କର ହାଉସ ହେଲପର ଏବଂ ଅଭିନେତାଙ୍କ ଉପରକୁ ଆକ୍ରମଣ କରିଥିଲା। ଅଭିନେତାଙ୍କୁ 6 ଥର ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।