CIL Recruitment 2025: କୋଲ୍ ଇଣ୍ଡିଆରେ ବାହାରିଲା ମ୍ୟାନେଜମେଣ୍ଟ ଟ୍ରେନିର ବମ୍ପର ପଦବୀ ପାଇଁ ନିଯୁକ୍ତି, ଏହି ପ୍ରାର୍ଥୀମାନେ କରିପାରିବେ ଆବେଦନ

କୋଲ୍ ଇଣ୍ଡିଆ ଲିମିଟେଡ୍ ମ୍ୟାନେଜମେଣ୍ଟ ଟ୍ରେନି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ ଯାଇ ନିଯୁକ୍ତି ପାଇଁ ଆବେଦନ କରିପାରିବେ ।

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ)ରେ ମ୍ୟାନେଜମେଣ୍ଟ ଟ୍ରେନି (ଏମଟି) ର ବମ୍ପର ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତାରିଖ:ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୧୫ ଜାନୁଆରୀ ୨୦୨୫ ରୁ ୧୪ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ coalindia.inର ଅଫିସିଆଲ୍ ୱେବସାଇଟ୍ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ପଦବୀ:
ଏହି ନିଯୁକ୍ତି ଅଧୀନରେ ମୋଟ ୪୩୪ଟି ଖାଲି ପଦବୀ ପୂରଣ କରାଯିବ । ଏଥିରେ କମ୍ପୁନିଟୀ ଡେଭଲପମେଣ୍ଟ, ପରିବେଶ, ଅର୍ଥ, ଆଇନଗତ, ମାର୍କେଟିଂ ଏବଂ ବିକ୍ରୟ, ସାମଗ୍ରୀ ପରିଚାଳନା, କର୍ମଚାରୀ ଏବଂ ମାନବ ସମ୍ବଳ, ସୁରକ୍ଷା ଏବଂ କୋଲ ପ୍ରିପେରାସନ୍ ଭଳି ବିଭାଗ ଅନ୍ତର୍ଭୁକ୍ତ ।

ଯୋଗ୍ୟତା:
ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ସ୍ନାତକ, ବିଇ, ବିଟେକ୍, ବିଏସସି (ଇଞ୍ଜିନିୟରିଂ), ମାଷ୍ଟର ଡିଗ୍ରୀ, ପିଜି, ଡିପ୍ଲୋମା, ସିଏ କିମ୍ବା ଆଇସିଡବ୍ଲୁଏ ଭଳି ପ୍ରାସଙ୍ଗିକ କ୍ଷେତ୍ରରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ବୟସ:
ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୦ ବର୍ଷ ରଖାଯାଇଛି । ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ଛାଡ଼ ଦିଆଯିବ ।

ଆବେଦନ ଶୁଳ୍କ:
ଏହି ନିଯୁକ୍ତିରେ ସାଧାରଣ ଏବଂ ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଫିସ୍ ଭାବରେ ୧୧୮୦ ଟଙ୍କା ଜମା କରିବାକୁ ପଡିବ । ଅନ୍ୟପଟେ ଏସସି, ଏସଟି ଓ ପିଏଚ ବର୍ଗର ପ୍ରାର୍ଥୀମାନେ ମାଗଣାରେ ଆବେଦନ କରିପାରିବେ ।

କିପରି ଆବେଦନ କରିବେ ?
ଆବେଦନ କରିବା ପାଇଁ ପ୍ରଥମେ ସରକାରୀ ୱେବସାଇଟ୍ coalindia.in କୁ ଯାଆନ୍ତୁ । ହୋମ୍ ପେଜରେ ଥିବା ପ୍ରାସଙ୍ଗିକ ନିଯୁକ୍ତି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । “Online Login Portal for filling Application form” କୁ ଯାଆନ୍ତୁ । “To Register”ଉପରେ କ୍ଲିକ୍ କରି ପଞ୍ଜୀକରଣ କରନ୍ତୁ । ସମସ୍ତ ଆବଶ୍ୟକୀୟ ସୂଚନା ଦିଅନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ । ଆବେଦନ ଫର୍ମ ଦାଖଲ କରିବା ପରେ, ଏହାର ପ୍ରିଣ୍ଟଆଉଟ୍ ନିଅନ୍ତୁ ।