ଶୀତଦିନେ କାହାକୁ ଛୁଇଁଦେଲେ ଲାଗୁଛି କି ବିଦ୍ୟୁତ୍ ଆଘାତ? କ’ଣ ରହିଛି କାରଣ?

ଶୀତଦିନେ କାହାକୁ ଛୁଇଁଲେ କିମ୍ୱା ହାତ ମିଳାଇଲେ ଲାଗୁଛି ବିଦ୍ୟୁତ ଆଘାତ। କାହିଁକି ଘଟୁଛି ଏପରି? କ’ଣ ରହିଛି ଏହାର ପ୍ରତିକାର?

ଓଡ଼ିଶା ଭାସ୍କର: ଶୀତଦିନେ କାହାକୁ ଛୁଇଁଲେ କିମ୍ୱା ହାତ ମିଳାଇଲେ ମାରୁଛି କରେଣ୍ଟ। ଏପରି ଘଟଣା ଅନେକଙ୍କ କ୍ଷେତ୍ରରେ ଘଟୁଥିବା ଦେଖିବାକୁ ମିଳୁଛି। ଏହା ଅନ୍ୟ କୌଣସି ଋତୁରେ ଘଟେନାହିଁ।

 ନିର୍ଦ୍ଦିଷ୍ଟ ଭାବରେ ଶୀତଋତୁରେ କୌଣସି ବସ୍ତୁ କିମ୍ୱା ବ୍ୟକ୍ତିଙ୍କୁ ଛୁଇଁଲେ ବିଦ୍ୟୁତ ଆଘାତ ଲାଗୁଛି। ଏଥିପାଇଁ ପ୍ରତିକାର ମଧ୍ୟ ରହିଛି।

କାହିଁକି ମାରେ କରେଣ୍ଟ: ଯେତେବେଳେ ଆପଣ କୌଣସି ଜିନିଷ କିମ୍ୱା କାହାକୁ ସ୍ପର୍ଶ କରନ୍ତି, ସେତେବେଳେ ଆପଣ ଯେଉଁ ଆଘାତ ଅନୁଭବ କରନ୍ତି ତାହାକୁ ଇଲେକ୍ଟ୍ରୋଷ୍ଟାଟିକ୍ ଡ଼ିସଚାର୍ଜ କୁହାଯାଏ।

ବିଦ୍ୟୁତ ଆଘାତର କାରଣ ହେଉଛି ବାୟୁମଣ୍ଡଳରେ ଆର୍ଦ୍ରତା କିମ୍ୱା ଶରୀରରେ ଷ୍ଟାଟିକ୍ କରେଣ୍ଟ ଜମା ହେବା। ଯାହା ଯୋଗୁଁ ଯେତେବେଳେ ଆମେ କାହାକୁ ଛୁଇଁଥାଉ, ସେତେବେଳେ ଆମକୁ ବିଦ୍ୟୁତ ଆଘାତ ଅନୁଭବ ହୋଇଥାଏ।

ଶୀତଦିନେ ଏହା କାହିଁକି ଏଧିକ ହୁଏ: କାରଣ ଶୀତଦିନେ ଆମର ଚର୍ମ ଶୁଷ୍କ ହୋଇଯାଏ। ଯେଉଁଥିରେ ଇଲେକ୍ଟ୍ରନ ସହଜରେ ଜମା ହୋଇଯାଏ।

ସେଥିପାଇଁ ଯେତେବେଳେ ଆମେ କାହାକୁ ଛୁଇଁଥାଉ, ଆମେ ବିଦ୍ୟୁତ ଆଘାତର ଶିକାର ହୋଇଥାନ୍ତି। ଏହାଛଡ଼ା ଶୀତଦିନେ ଥଣ୍ଡା ଯୋଗୁଁ ଲୋକମାନେ ଅଧିକ ପୋଷାକ ପିନ୍ଧିଥାନ୍ତି। ଯଦ୍ୱାରା ଏହିସବୁ ପୋଷାକରେ ଫାଇବର ଇଲେକ୍ଟ୍ରନ ସଂଗ୍ରହ ହୁଏ। ଯାହା କରେଣ୍ଟ ମାରିବାର ଅନ୍ୟ ଏକ କାରଣ।

ଏଥିରୁ କିପରି ମୁକ୍ତି ପାଇବେ: ଆପଣ ଯେତେବେଳେ କାହାକୁ ଛୁଉଁଛନ୍ତି, ସେତେବେଳେ ନିଜ ପାଦ ସାହାର୍ଯ୍ୟରେ ଭୂମିକୁ ସ୍ପର୍ଶ କରନ୍ତୁ। ଯଦ୍ୱାରା ଏହା ଶରୀରରୁ ସ୍ଥିର ଚାର୍ଜକୁ ଦୂର କରିବ।

 ଆପଣ କୌଣସି ଜିନିଷକୁ ଛୁଇଁଲେ କରେଣ୍ଟ ଲାଗିବ ନାହିଁ। ଏହାଛଡ଼ା ମଇଶ୍ଚରାଇଜର ଲୋସନ ଲଗାନ୍ତୁ।

 ଯାହା ଆପଣଙ୍କ ଶରୀରରୁ ଶୁଷ୍କତା ଦୂର କରିବାରେ ସହାୟକ ହେବ, ଏବଂ ସ୍ଥିର କରେଣ୍ଟ ଜମା ହେବାର ସମ୍ଭାବନାକୁ ହ୍ରାସ କରିବ। ଏହା ବ୍ୟତୀତ ଅତ୍ୟଧିକ ସୂତା ବତ୍ସ ପିନ୍ଧିବାକୁ ଚେଷ୍ଟା କରନ୍ତୁ।