ପେଟ୍ରୋଲ-ଡିଜେଲ ଭରିବା ସମୟରେ ‘୦’ ନୁହେଁ, ଏହି ଜିନିଷ ଦେଖିବା ଜରୁରୀ, ନଚେତ ହେବେ ଠକାମୀର ଶିକାର
ଗାଡ଼ି ଚାଳକମାନେ ସାବଧାନ ରୁହନ୍ତୁ। ମେସିନରେ ଆପଣଙ୍କୁ ଜିରୋ ଦେଖାଇ ଠକୁଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ। ଜାଣନ୍ତୁ କିପରି ଏଥିରୁ ରକ୍ଷା ପାଇବେ..
ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପରେ ଡିଜେଲ- ପେଟ୍ରୋଲର ଚୋରି ସାଧାରଣ କଥା ହୋଇଗଲାଣି। ଆଜିକାଲି ଲୋକେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଭରିବା ସମୟରେ ମେଶିନରେ ଜିରୋ ଉପରେ ଅଧିକ ଫୋକସ କରୁଛନ୍ତି। ହେଲେ ଆପଣ ଜାଣିଛନ୍ତି କି, ଆପଣ ଜିରୋ ଦେଖିବା ପରେ ବି ଏଠାରେ ଆପଣଙ୍କ ସହ ଠକେଇ ହୋଇପାରେ। ଆସନ୍ତୁ ଜାଣିବା..
କେଉଁ ଜିନିଷ ଉପରେ ଦେବେ ଅଧିକ ଧ୍ୟାନ: ବହୁତ କମ ଲୋକେ ଡେନସିଟି(ଘନତ୍ୱ) ଉପରେ ଧ୍ୟାନ ଦେଇଥାଆନ୍ତି। ଏହାର ମାନକ ସିଧାସଳଖ ପେଟ୍ରୋଲ-ଡିଜେଲର ସୁଦ୍ଧତା ଉପରେ ରହିଥାଏ। ଏହି ମାନକ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି।
ଏହା ମାଧ୍ୟମରେ ପେଟ୍ରୋଲ-ଡିଜେଲର ଗ୍ରାହକ ଠକେଇର ଶିକାର ହୋଇଥାଆନ୍ତି। ନିମ୍ନମାନର ପେଟ୍ରୋଲ ଡିଜେଲ ଏବଂ ଏହାର ଡେନସିଟି ସହ ମଧ୍ୟ ଠକେଇ ହୋଇଥାଏ।
କିପରି ଚେକ୍ କରିବେ ପେଟ୍ରୋଲ ଡିଜେଲର ଡେନସିଟି:
ପେଟ୍ରୋଲ-ଡିଜେଲର ଡେନସିଟି ପାଇଁ ମାନକ ଧାର୍ଯ୍ୟ କରାଯାଇଥାଏ। ପେଟ୍ରୋଲର ଡେନସିଟି କ୍ୟୁବିକ ମିଟର ପିଛା ୭୩୦ରୁ ୮୦୦ କିଲୋଗ୍ରାମ ହୋଇଥାଏ। ସେହିପରି ଡିଜେଲ ସୁଦ୍ଧତାର ଡେନସିଟି ୮୩୦ ରୁ ୯୦୦ କିଲୋଗ୍ରାମ ମଧ୍ୟରେ ହୋଇଥାଏ। ଏହାର ରେଞ୍ଜ ଫିକ୍ସ ନୁହେଁ।
ପେଟ୍ରୋଲ ଏବଂ ଡିଜେଲର ଡେନସିଟି ତାପମାନ ହିସାବରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲର ଡେନସିଟି ଟେଷ୍ଟ କରି ପ୍ରତିଦିନ ସକାଳେ ଅପଡେଟ କରାଯାଇଥାଏ।
କିପରି ଜାଣିବେ ଅସଲି ଏବଂ ନକଲି: ଏକ ଫିଲ୍ଟର ପେପର ଉପରେ ଆପଣ ତେଲର ଦୁଇ ବୁନ୍ଦା ପକାଇବାକୁ ପଡିବ। ଏଥିପାଇଁ ଆପଣ ସର୍ବ ପ୍ରଥମେ ଡେଲିଭରୀ ନୋଜାଲ ମୁହଁକୁ ସଫା କରନ୍ତୁ। ନୋଜାଲରୁ ଫିଲ୍ଟର ପେପର ଉପରେ ପେଟ୍ରୋଲର ଦୁଇ ବୁନ୍ଦା ପକାନ୍ତୁ।
୨ ମିନିଟରେ ପେଟ୍ରୋଲ ଫିଲ୍ଟର ପେପରରୁ ଉଡିଯିବ। ଶୁଖିଯିବା ପରେ ଗାଢ ରଙ୍ଗର ଦାଗ ରହିବ ଯଦି ଆପଣ ଜାଣିନେବେ ଏହା ନକଲି। ଫିଲ୍ଟର ପେପରକୁ ଆପଣ କିଣିବା କିଛି ଦରକାର ନାହିଁ। ଏହାକୁ ଆପଣ ପେଟ୍ରୋଲ ପମ୍ପରୁ ମାଗି ବି ପାରିବେ।
ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୧୯୮୬ ମୁତାବକ, ପ୍ରତି ୟୁଜରଙ୍କୁ ପେଟ୍ରୋଲର ସୁଦ୍ଧତା ଚେକ କରିବାର ଅଧିକାର ରହିଛି।