କ୍ଷୀର ଦେଇ ପୁଣ୍ୟ କିଣିବେ ପାକିସ୍ତାନୀ ଭାଉଜ, ପୁଣି ଚର୍ଚ୍ଚାକୁ ଆସିଲେ ସୀମା-ସଚିନ

ସୀମା ଏବେ ଗର୍ଭବତୀ । ସ୍ୱାମୀ ସଚିନ ନେଉଛନ୍ତି ସ୍ତ୍ରୀଙ୍କ ଯତ୍ନ । ସୀମା-ସଚିନଙ୍କ ତରଫରୁ କୁମ୍ଭମେଳାରେ କ୍ଷୀର ଚଢ଼େଇବେ ଓକିଲ ।

ନୋଏଡା: ପ୍ରେମ ପାଇଁ ସ୍ୱାମୀକୁ ଛାଡ଼ି ସୀମା ପାର ହୋଇ ଭାରତ ଚାଲିଆସିଥିବା ସୀମା ହାଇଦର ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ଏବେ ମଧ୍ୟ ପୁଣିଥରେ ଗଣମାଧ୍ୟମ କ୍ୟାମେରା ତାଙ୍କ ଉପରେ ଫୋକସ କରିଛି ।

ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳାରେ ସୀମା ଓ ସଚିନ ଦାନ କରିବେ କ୍ଷୀର । ଏ ନେଇ ତାଙ୍କ ଓକିଲ ଦେଇଛନ୍ତି ସୂଚନା ।

ସୀମା ବର୍ତ୍ତମାନ ଗର୍ଭବତୀ ଥିବା କାରଣରୁ ମହାକୁମ୍ଭରେ ସାମିଲ ହୋଇ ପାରିବେ ନାହିଁ ଯାହା ପାଇଁ ଏବେ ତାଙ୍କ ଓକିଲ ସୀମାଙ୍କ ଲାଗି ଯିବେ ମହାକୁମ୍ଭ ।

ପ୍ରଥମ ସ୍ୱାମୀ ପାକିସ୍ତାନରେ: ଏନେଇ ସୀମା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଠାରେ ସେ କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତି ମହାକୁମ୍ଭ ଯିବା ନିହାତି ଆବଶ୍ୟକ ।

ଗଙ୍ଗା, ଜମୁନା ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ସୀମା ୫୧ଲିଟର କ୍ଷୀର ଚଢ଼େଇବେ ବୋଲି କହିଛନ୍ତି ଓକିଲ ଏପି ସିଂ । ସେପଟେ ସୀମାଙ୍କ ଯତ୍ନ ନେଉଥିବା କାରଣରୁ ସଚିନ ମେଳାକୁ ଯାଇ ପାରିବେ ନାହିଁ ବୋଲି କହିଛନ୍ତି ।

୨୦୨୩ରେ ମୁସଲିମ୍ ବୋହୂ ସୀମା ହାଇଦର ସ୍ୱାମୀଙ୍କୁ ଛାଡ଼ି ୪ ପିଲାଙ୍କୁ ସାଥୀରେ ନେଇ ନୋଏଡା ଆସିଥିଲେ । ଅନଲାଇନ୍ ଗେମ୍ ଖେଳି ସୀମା ସଚିନଙ୍କୁ ଭେଟିଥିଲେ । ଯାହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ।