ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶସ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। କ୍ବିଣ୍ଟାଲ ପିଛା ସର୍ବାଧିକ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କଲେ ସରକାର।
ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଶସ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି କରାଯାଇଛି । ନୂଆ ନିୟୋଜିତ ହେବାକୁ ଥିବା ଏଜେଣ୍ଟଙ୍କ ପାଇଁ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହେବ।
ଏହାଦ୍ବାରା ବର୍ଷକୁ ୮ କୋଟି ୬୫ ଲକ୍ଷ ଅତିରିକ୍ତ ଖର୍ଚ୍ଚ ହେବ।
ସୂଚନାଯୋଗ୍ୟ ଯେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ (Hot Cooked Meal) ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ।
ଏହାସହିତ ଘରକୁ ରେସନ (Take Home Ration) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗହମ ପ୍ରଦାନ କରାଯାଇଥାଏ। ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଥାଏ।