ନୂଆ ରୂପ ନେବ ରାଜଧାନୀ, ସ୍ମାର୍ଟସିଟିର ହେବ ନବକଳେବର
ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ୱର। ରାଷ୍ଟ୍ରପତିଙ୍କ ସିଙ୍ଗାପୁର ଗସ୍ତ ସମୟରେ ଏମଓୟୁ ସ୍ୱାକ୍ଷରିତ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା।
ଭୁବନେଶ୍ୱର: ନୂଆ ରୂପରେ ରୂପାନ୍ତରିତ ହେବ ସ୍ମାର୍ଟସିଟି। ରାଜଧାନୀର ହେବ ନବକଳେବର। ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ୱର।
ସ୍ମାର୍ଟସିଟିକୁ ନୂଆ ରୂପ ଦେବା ପାଇଁ ରାଷ୍ଟ୍ରପତିଙ୍କ ସିଙ୍ଗାପୁର ଗସ୍ତ ସମୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
ନୂଆ ରୂପ ନେବ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ ନୂଆ ରୂପରେ ଗଢ଼ିଉଠିବ। ଏନେଇ ଏମଓୟୁ ବି ସ୍ୱାକ୍ଷରିତ ସରିଛି। ନୂଆ ମଡ଼େଲରେ ତିଆରି ହେବାକୁ ଯାଉଛି ସ୍ମାର୍ଟସିଟି।
ବଦଳିଯିବ ଭୁବନେଶ୍ୱରର ରୂପରେଖ। ରାସ୍ତା ଘାଟଠୁ ଆରମ୍ଭ କରି ଚତୁଃପାର୍ଶ୍ୱ ସବୁକିଛିର ନବକଳେବର ହେବ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।
କ’ଣ କହିଲେ ମନ୍ତ୍ରୀ: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ରଙ୍କ କହିବା ଅନୁସାରେ, ଭୁବନେଶ୍ୱର ସମେତ ଯେଉଁ ସବୁ କର୍ପୋରେସନ ଅଛି, ସେ ସବୁ କର୍ପୋରେସନ ଓ ସରକାର ମିଶି ନିଷ୍ପତ୍ତି ନେଇଛନ୍ତି।
ସହରକୁ ଆହୁରି ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ସ୍କିମ୍ କରାଯାଉଛି। ମୁଖ୍ୟତଃ ଅଧିକରୁ ଅଧିକ ସହରକୁ ଏବେ ଟିପି ସ୍କିମରେ ସାମିଲ ପାଇଁ ଯୋଜନା ରହିଛି।
ସହର ବଢ଼ିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ମଧ୍ୟ ଦୂର ହେବ । ସେହିପରି ସହର ବଢ଼ିବା ଦ୍ୱାରା କମ୍ ଦାମରେ ମଧ୍ୟ ଘର ମିଳିପାରିବ ବୋଲି ସେ କହିଛନ୍ତି।