କେଜ୍ରିଓ୍ୱାଲଙ୍କ ବଡ଼ ଘୋଷଣା, ୫ ବର୍ଷ ମଧ୍ୟରେ ଦୂର ହେବ ବେକାରୀ ସମସ୍ୟା
୫ ବର୍ଷରେ ରାଜଧାନୀରୁ ଦୂର ହେବ ବେକାରୀ ସମସ୍ୟା। ନିର୍ବାଚନ ପ୍ରତିଶୃତି ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଜୋରଦାର।
ନୂଆଦିଲ୍ଲୀ: ରାଜଧାନୀରୁ ଦୂର ହେବ ବେକାରୀ ସମସ୍ୟା। ନିର୍ବାଚନି ପ୍ରତିଶୃତି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଦେଖାଦେଇଥିବା ବେକାରୀ ସମସ୍ୟାକୁ ଦୂର କରିବାକୁ ପ୍ରତିଶୃତି ଦେଇଛନ୍ତି ଆପ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲ।
ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଆଉ ଦେଖାଯିବନି ବେକାରୀ ସମସ୍ୟା। ନିର୍ବାଚନ ଜିତିଲେ ଏହି ଦିଗ ଉପରେ ଅଧିକ ଗୁରୁତ୍ୱ ଦେବେ ସରକାର ବୋଲି ଦିଲ୍ଲୀବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି କେଜ୍ରିଓ୍ୱାଲ।
ନିର୍ବାଚନ ପ୍ରତିଶୃତି: ଦିଲ୍ଲୀରେ ଚାଲିଛି ନିର୍ବାଚନି ପ୍ରତିଯୋଗିତା। ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ବେଶ ସରଗରମ। ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳ କସରତ ଆରମ୍ଭ କରିଦେଇଛନ୍ତି।
ଭୋଟରଙ୍କ ମନ ଜିତିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶୃତି ମଧ୍ୟ ଦେଉଛନ୍ତି। ଏହି ପରମ୍ପରା ପ୍ରାୟତଃ ସବୁ ନିର୍ବାଚନ ସମୟରେ ଦେଖିବାକୁ ମିଳେ। ପ୍ରତି ଦଳ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରତିଶୃତି ଦେଇଥାନ୍ତି।
ବେକାରୀ ସମସ୍ୟା: ଆଉ ଏବେ ଦେଶର ପ୍ରମୁଖ ସମସ୍ୟା ପାଲଟିଛି ବେକାରୀ ସମସ୍ୟା। ବେକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଯାଉଛି। ଆଉ ଏହାର ଭରପୁର ଫାଇଦା ଉଠାଇବାକୁ ଚାହିଁଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ।
ଆପ୍ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବେକାରୀ ସମସ୍ୟାକୁ ମୂଳମନ୍ତ୍ର କରିଛନ୍ତି। ତେଣୁ ନିର୍ବାଚନି ପ୍ରତିଶୃତି ହିସାବରେ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରୁ ବେକାରୀ ସମସ୍ୟା ଦୂର କରିବାକୁ ଘୋଷଣା କରିଛନ୍ତି କେଜ୍ରିଓ୍ୱାଲ।
କେଜ୍ରିଓ୍ୱାଲଙ୍କ ପ୍ରତିଶୃତି: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ଭିଡିଓ ବାର୍ତ୍ତାରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଯୁବବର୍ଗଙ୍କୁ ରୋଜଗାର ଯୋଗାଇବା ମୋର ସର୍ବୋଚ୍ଚ ପ୍ରାଥମିକତା ହେବ। ବେକାରୀ ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି ।