ରୁକ୍ମଣୀର ପାଠପଢ଼ା ପାଇଁ ପ୍ରତିଶ୍ରୁତି ଦେଲେ ବବି ଦାସ, ଭୂମିହୀନଙ୍କୁ ମିଳିବ ଜମି ପଟ୍ଟା

ଯାଜପୁର: ମୋ ଝିଅ ଏବେ ପାଠପଢ଼ିବା ମୋ ପରିବାରର ଆର୍ଥିକ ସ୍ଥିତ ସୁଧୁରିବା ଜମି ପଟା ମିଳିବା ଆମେ ଖୁସିରେ ରହିବୁା

ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ତାଙ୍କ ଭାଇ ବବିପ୍ରସାଦ ଦାସଙ୍କ ଏଭଳି କିଛି ପ୍ରତିଶ୍ରୁତି ଶୁଣି ଖୁସି ଅଛନ୍ତି ଗ୍ରାମବାସୀା

ଏଭଳି ଘଟଣା ଦେଖିବାକୁ ମିିଳିଛି ଯାଜପୁର ବ୍ଲକ ଯାହାନପୁର ପଞ୍ଚାୟତ ମିରଚାନ୍ଦ ପୁର ଗାଁରୋ

ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା: ନିକଟରେ ଭାଇରାଲ ହୋଇଥିବା ଝିଅ ରୁକ୍ମଣୀର ଭିଡିଓ ଦେଖି ତାଙ୍କ ପାଖରେ ପହଞ୍ଚିଥିଲେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ତାଙ୍କ ଭାଇ ବବିପ୍ରସାଦ ଦାସ ।

ମିରଚାନ୍ଦ ପୁର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଗରିବ ଝିଅ ରୁକ୍ମଣୀ ଓ ତାଙ୍କ ପରିବାରଙ୍କ ଆର୍ôଥକ ଅବସ୍ଥା ବୁଝିଥିଲେ ।

ଏହା ପରେ ତାଙ୍କ ପରିବାରଙ୍କୁ ଡାକି ଉପ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ବସୁନ୍ଧରା ଯୋଜନାରେ ସାମିଲ କରି ଭୁମିହୀନ ପଟ୍ଟା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୋ

ପାଠପଢ଼ା ଖର୍ଚ୍ଚ: କଲେଜ୍ ଯିବା ଆସିବା ପାଇଁ ରୁକ୍ମଣୀକୁ ପ୍ରଣବ ପ୍ରକାଶ ଦାସ ଏକ ସାଇକେଲ୍ ପ୍ରଦାନ କରିଛନ୍ତି ।

ଖାଲି ଏତିକି ନୁହେଁ ଝିଅର ସମସ୍ତ ପାଠପଢ଼ା ଖର୍ଚ୍ଚ ଶ୍ରୀ ଦାସ ବହନ କରିବେ ବୋଲି କୁନିଝିଅ ରୁକ୍ମଣୀକୁ ପ୍ରତିଶୁତି ଦେଇଛନ୍ତି ପୂର୍ବତନ ବିଜେଡ଼ି ବିଧାୟକ ବବି ଦାସ ।

ମିଳିବ ପଟ୍ଟା: ଅନ୍ୟପକ୍ଷେ ସେହି ବସ୍ତିରେ ଥିବା ୭ଜଣ ଭୂମିହୀନ ପରିବାରର ଥଇଥାନ ପାଇଁ ଉପ ଜିଲ୍ଲାପାଳ(ରେଭେନ୍ୟୁ)ଙ୍କ ନିକଟରେ ଭବପ୍ରସାଦ ଦାସଙ୍କ ଦ୍ୱାରା କିଛି ମାସ ତଳେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ନିରାଶ ହେବାକୁ ପଡ଼ିଥିଲା ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦିର୍ଘ ୧୫ ବର୍ଷ ହେଲା ଆମ ଗରିବ ପରିବାରଙ୍କ ପାଖରେ କେହିଦିନେ ପହଞ୍ଚି ନଥିଲେ କି ସରପଞ୍ଚ ଦିନେ ଆମ ଗ୍ରାମରେ ପାଦ ପକାଇନଥିଲୋ ଖବର ପ୍ରସାରଣ ପରେ ଏବେ ଆସୁଛନ୍ତି ।

ବିଳମ୍ବରେ ହେଉ ପଛେ ଆମକୁ ଭୂମିହୀନରୁ ବଞ୍ଚିତ କଲେ ଆମେ ଖୁସିରେ ରହିବୁା ଆମ ନିଜର ପରିଚୟ ପାଇ ପାରିବୁ।

ତେବେ ଦେଖିବାକୁ ବାକି ରହିଲା ଏହି ଭୂମିହୀନ ପରିବାରଙ୍କୁ କେବେ ଜାଗା ମିଳିବ।