ମାର୍ଚ୍ଚ ୨୧ରୁ ଆରମ୍ଭ ହେବ IPL, ନିୟମରେ ବଡ଼ ପରିବର୍ତ୍ତନ ହୋଇ ନ ଥିବା କହିଲେ ଅରୁଣ ଧୁମାଲ୍

ଗାଁରେ ଲୁଚି ରହିଛନ୍ତି ଭଲ ପ୍ରତିଭା । ଏ ବର୍ଷ ଆଇପିଏଲ୍ ସବୁଠାରୁ ଖାସ୍ ହେବ ।

ନୂଆଦିଲ୍ଲୀ: ଚଳିତବର୍ଷ ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) । ଏ ନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମାଲ । ୧୮୨ ଖେଳାଳି ୬୩୯.୧୫ କୋଟି ଟଙ୍କାରେ ମେଗା ଅକ୍ସନରେ କିଣାଯାଇଛନ୍ତି । ଏହି ମେଗା ଅକ୍ସନ୍ ସାଉଦି ଆରବର ଜେଦାହରେ ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା ।

ମାର୍ଚ୍ଚରେ ଆରମ୍ଭ: ଅରୁଣ ଆଉ ମଧ୍ୟ କହିଛନ୍ତି, ମାର୍ଚ୍ଚ ମାସରୁ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି । ମ୍ୟାଚ୍ ଆରମ୍ଭ ପାଇଁ ୨୧ ତାରିଖ ଧାର୍ଯ୍ୟ କରାଯାଇଥିବା ସାଂସଦ ଖେଳ ମହାକୁମ୍ଭ ଅବସରରେ ଯୋଗ ଦେଇ କହିଛନ୍ତି । ଆଇପିଏଲ୍ର ପ୍ରଥମ ଦୁଇ ତିନିଟି ମ୍ୟାଚ୍ ଧର୍ମଶାଳା କ୍ରିକେଟ୍ ଷ୍ଟାଡିୟମରେ ହେବା ନେଇ ଅରୁଣ ଆଶାବାଦୀ ଥିବା କହିଛନ୍ତି ।

ବିଳାଶପୁରରେ ନ୍ୟାଶନାଲ ମ୍ୟାଚ୍ ରଣଜୀ ଟ୍ରଫି, ଦୁଲିପ ଟ୍ରଫି, ବିଜୟ ହଜାରେ ଟ୍ରଫି ସରିବା ପରେ ହିଁ ସେଠାରେ ଆଇପିଏଲ୍ ଖେଳାଯିବ । ଗତବର୍ଷ ବିଳାଶପୁରରେ ୨ଟି ମ୍ୟାଚ ଖେଳାଯାଇଥିବାବେଳେ ଏବର୍ଷ ୩ଟି ନ୍ୟାଶନାଲ ମ୍ୟାଚ ଖେଳାଯିବ ।

ବଦଳିନି ନିୟମ: ଖେଳ ନିୟମରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ ବୋଲି କହିଛନ୍ତି ଅରୁଣ । ବିଶ୍ୱରେ ଆପିଏଲ୍ ସବୁଠୁ ଗୁରୁତ୍ୱ ମ୍ୟାଚ୍ । ଚଳିତ ଥର ଆଇପିଏଲ୍ ଅନ୍ୟ ବର୍ଷ ତୁଳନାରେ ଭଲ ହେବ ।
ସାଂସଦ ଖେଲ୍ ମହାକୁମ୍ଭର ତୃତୀୟ ସଂସ୍କରଣ ବିଳାଶପୁର କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ।

ପ୍ରତିଭା: ୪୫ ଟିମ୍ ଏହି ଖେଳରେ ଭାଗ ନେଉଛନ୍ତି । ଏହି ମ୍ୟାଚ୍ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ । ଗାଁ ଗଣ୍ଡାରୁ ଲୋକାୟିତ ପ୍ରତିଭା ସବୁକୁ ବାହାର କରିବାରେ ଏହି ଖେଳ ସାହାଯ୍ୟ କରୁଥିବା ଅରୁଣ କହିଛନ୍ତି । କ୍ରିକେଟଠାରୁ ଆରମ୍ଭ କରି ଅନ୍ୟ ସବୁ ଖେଳରେ ଯେଉଁ ପ୍ରତିଭାମାନେ ଆଜି ଦେଶକୁ ଗୌରବାନ୍ୱିତ କରିଛନ୍ତି ସେମାନଙ୍କ ଭିତରୁ ଅଧିକାଂଶ ଗ୍ରାମାଞ୍ଚଳରୁ ଆସିଛନ୍ତି ।

ଆଶାବାଦୀ: ଯଶସ୍ୱୀ ଜୈଶ୍ୱାଲ ଏବଂ ରିଙ୍କୁ ସିଂଙ୍କ ଭଳି ପ୍ରତିଭାବାନ୍ କ୍ରିକେଟର ସବୁ ଗ୍ରାମାଞ୍ଚଳରୁ ଆସୁଛନ୍ତି । ସେମାନେ ବିନା କାହାର ସହଯୋଗରେ ନିଜର ଉଦ୍ୟମ ପରିଶ୍ରମ ବଳରେ ଦେଶରେ ନାଁ କରିଛନ୍ତି ।

ସେହିପରି ମହିଳା କ୍ରିକେଟ୍ରେ ମଧ୍ୟ ଭଲ ପ୍ରତିଭାମାନେ ପଡ଼ିଆରେ ନିଜ ଖେଳ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଆଗାମୀ ଦିନରେ ମଧ୍ୟ ଏଭଳି ପ୍ରତିଭା ସବୁ ଆମ ସହ ଯୋଡ଼ିହେବେ ଯାହା ଆମ ଦେଶ ଓ ରାଜ୍ୟ ପାଇଁ ବିରାଟ ଲାଭ ଦେବ ।