ମହାକୁମ୍ଭରେ ସନାତନ ମୂଲ୍ୟବୋଧକୁ ପୁନର୍ଜୀବିତ, ଗୀତା ପ୍ରେସ୍ ସହ ସାମିଲ ହେଲେ ଗୌତମ ଆଦାନୀ

ଗୀତା ପ୍ରେସର ପୁନରୁଦ୍ଧାର ପାଇଁ ଆଗେଇ ଆସିଲେ ଗୌତମ ଆଦାନୀ। ପ୍ରେସର ପୁନରୁଦ୍ଧାର ଏବଂ ମହାକୁମ୍ଭରେ ଗୀତା ପ୍ରେସ ସହ ଆଦାନୀଙ୍କ ସହଭାଗିତା, ସନାତନ ମୂଲ୍ୟବୋଧକୁ ଆହୁରି ସୁଦୃଢ କରୁଛି। 

ପ୍ରୟାଗରାଜ: ପ୍ରୟାଗରାଜରେ ଦିନକୁ ଦିନ ବଢୁଛି ଭକ୍ତଙ୍କ ସମାଗମ। ଆଉ ଏହି ମହାକୁମ୍ଭ କେବଳ ନଦୀର ସଙ୍ଗମ ନୁହେଁ। ଯାହା ପାଇଁ ଲୋକଙ୍କ ଆଗ୍ରହ ବଢ଼ୁଛି।

ବରଂ  ଏହି ମହାକୁମ୍ଭ ବିଶ୍ୱାସ, ସଂସ୍କୃତି ଏବଂ ସେବାର ଏକ ମହାନ ସଙ୍ଗମ। ଏହି ମହାକୁମ୍ଭରେ ପ୍ରତ୍ୟେକ ଦିନ ଅନେକ କାର୍ଯ୍ୟକ୍ରମ ହେଉଛି। ଆଉ ତା ଭିତରେ ସ୍ମାରକୀ କାର୍ଯ୍ୟକ୍ରମରେ ଅନେକ ଲୋକ ଯୋଗ ଦେଉଛନ୍ତି।

ହେଲେ ସେହିସବୁ ଯୋଗଦାନକାରୀଙ୍କ ମଧ୍ୟରୁ, ଗୌତମ ଆଦାନୀ ଏବଂ ଆଦାନୀ ଗୋଷ୍ଠୀ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସ୍ୱତନ୍ତ୍ର ହୋଇଛନ୍ତି।

ଗୀତା ପ୍ରେସର ଐତିହ୍ୟକୁ ପୁନର୍ଜୀବିତ: ୧୯୨୩ ମସିହାରେ ଗୋରଖପୁରରେ ପ୍ରତିଷ୍ଠିତ ହୋଇଥିଲା ଗୀତା ପ୍ରେସ। ଯାହାକି ଦୀର୍ଘଦିନ ଧରି ସନାତନ ସାହିତ୍ୟର ଏକ ମୂଳଦୁଆ ହୋଇଆସିଛି।

ଗୀତା ପ୍ରେସରେ ପବିତ୍ର ଗ୍ରନ୍ଥ, ଶାସ୍ତ୍ର ଏବଂ ଭକ୍ତି ପୁସ୍ତକ ପ୍ରକାଶନ ହେଉଛି। ହେଲେ ଏବେବି ଏହାର ଐତିହ୍ୟ ପାଇଁ ବିପଦ ସୃଷ୍ଟି କରୁଛି ସାମ୍ପ୍ରତିକ ଚ୍ୟାଲେଞ୍ଜ।

ଆଉ ଶେଷରେ ଏହାର ପୁନରୁଦ୍ଧାର କରିବା ପାଇଁ ଆଗେଇ ଆସିଲେ ଗୌତମ ଆଦାନୀ। ଆଦାନୀଙ୍କ ଗୀତା ପ୍ରେସକୁ ସହଯୋଗ କରିବା ପ୍ରେସକୁ ଏକ ନୂଆ ଜୀବନ ଦେଇଛି।

ଆଦାନୀଙ୍କ ନେତୃତ୍ୱରେ, ଆଦାନୀ ଗ୍ରୁପ୍ ମହାକୁମ୍ଭ ସମୟରେ ଭକ୍ତିଭରା ସ୍ତୁତିର ଏକ ସଂକଳନ – ଆରତୀ ସଂଗ୍ରହ ର ଏକ କୋଟି ମାଗଣା କପି ବଣ୍ଟନ କରିବା ପାଇଁ ଗୀତା ପ୍ରେସ୍ ସହିତ ସାମିଲ ହୋଇଥିଲା।

ମହାକୁମ୍ଭରେ ଯୋଗଦାନ: ଗୀତା ପ୍ରେସ୍ ସହିତ ଆଦାନୀ ଗ୍ରୁପର ସହଭାଗୀତା ଏହି କାର୍ଯ୍ୟକ୍ରମର ଆଧ୍ୟାତ୍ମିକ ଗଠନକୁ ଆହୁରି ସମୃଦ୍ଧ କରିଛି। ଆରତୀ ସଂଗ୍ରହ ବଣ୍ଟନ ସହିତ, ଆଦାନୀ ଫାଉଣ୍ଡେସନ୍ ଇସ୍କନ୍ ସହିତ ହାତ ମିଳାଇଛି।

ଏହାସହ ମହାପ୍ରସାଦ ସେବା ମାଧ୍ୟମରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇ ଆସୁଛି, ଭକ୍ତମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ମଧ୍ୟ ବଣ୍ଟାଯାଉଛି।

ଆଧ୍ୟାତ୍ମିକ ଐତିହ୍ୟର ଜଣେ ଆଧୁନିକ ପୃଷ୍ଠପୋଷକ: ଗୀତା ପ୍ରେସର ପୁନରୁଦ୍ଧାର ଏବଂ ମହାକୁମ୍ଭରେ ଗୀତା ପ୍ରେସ ସହ ଆଦାନୀଙ୍କ ସହଭାଗିତା, ସନାତନ ମୂଲ୍ୟବୋଧକୁ ଆହୁରି ସୁଦୃଢ କରୁଛି।

ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଏହି ସହଯୋଗ କେବଳ ବିଶ୍ୱାସର ଉତ୍ସବ ନୁହେଁ ବରଂ ଭାରତୀୟ ସଂସ୍କୃତିରେ ସେବାର ପ୍ରମାଣ ଦେଉଛି।