(Video) ଆଶିକ୍ ଆୱାରା; ରାସ୍ତାରେ ପୋଷ୍ଟର ମାରି ମାଗୁଛନ୍ତି କ୍ଷମା, ଭିଡିଓ ଭାଇରାଲ
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସରି ବାବୁ ଲେଖାଯାଇଛି । ଏହି ପୋଷ୍ଟର ନୋଏଡା ଏବଂ ମେରଠର ଅନେକ ସ୍ଥାନରେ ଲଗାଯାଇଛି ।
ନୂଆଦିଲ୍ଲୀ: ନୋଏଡା ଏବଂ ମେରଠ ମଧ୍ୟରେ ଅନେକ ସ୍ଥାନରେ, ଯଥା- ରାସ୍ତା ଏବଂ କାନ୍ଥରେ ‘ସରି ବୁବୁ’ ଲେଖାଯାଇଛି । ଏହାକୁ ଏକ ଅଜଣା ବ୍ୟକ୍ତି ଚିପକାଇଛି । ଏହି ପୋଷ୍ଟର ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ପ୍ରେମର ଏହି ଭିନ୍ନ ନିବେଦନ ଖୁବ ଭାଇରାଲ ହେଉଛି ।
ହାରାହାରି ୩୦ ରୁ ୪୦ ପୋଷ୍ଟର ବଟାନିକାଲ ଗାର୍ଡେନ ମେଟ୍ରୋ ଷ୍ଟେସନ ପାଖରେ ଏକ ଫୁଟ ଓଭରବ୍ରିଜରେ ଦେଖିବାକୁ ମିଳିଛି, ଏଥିରେ ମେରଠର ଗଙ୍ଗାନଗର ଅଞ୍ଚଳରେ ମଧ୍ୟ ଏପରି ଅନେକ ପୋଷ୍ଟର ଦେଖିବାକୁ ମିଳିଛି ।
नोएडा से मेरठ तक ‘SORRY BABU’ के पोस्टर वायरल!
▪️ नोएडा सेक्टर-37 बोटेनिकल FOB पर भी दिखे पोस्टर
▪️ सोशल मीडिया पर तेजी से हो रही चर्चा
▪️ पुलिस ने लिया संज्ञान, पोस्टर लगाने वाले की तलाश जारी
▪️ CCTV फुटेज से हो रही पहचान pic.twitter.com/C5tHIFwgRE— Greater Noida West (@GreaterNoidaW) January 29, 2025
ଲୋକମାନେ ଏହି ପୋଷ୍ଟରର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ କାରି କରିଛନ୍ତି । ଏହି ଅଜବ ଆଚରଣ କେବଳ ସାଧାରଣ ଲୋକଙ୍କୁ ନୁହେଁ ବରଂ ପୋଲିସର ମଧ୍ୟ ଧ୍ୟାନ ଆକର୍ଷଣ କରିଛି । ପୋଲିସ କହିଛି ଯେ, ଏହା ଏକ ପାଗଳପଣ ହୋଇପାରେ । ଏ ନେଇ ପୋଲିସ ତଦନ୍ତ ଚଳାଇଛି ।