UPI ୟୁଜର୍ସଙ୍କ ପାଇଁ ବଡ଼ ଖବର, ଆଜିଠୁ ହୋଇପାରିବନି ଏଭଳି ଟ୍ରାଞ୍ଜାକ୍ସନ, ବଦଳିଗଲା ନିୟମ
ଆଜିଠୁ ବଦଳିଯିବ ୟୁପିଆଇରେ ଏହି ନିୟମ। ଆସନ୍ତୁ ଜାଣିବା..
ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଆଜିଠୁ କୌଣସି ୟୁପିଆଇ ଆପ୍ ଟ୍ରାଞ୍ଜାକ୍ସନ ଆଇଡିରେ ସ୍ପେଶାଲ କ୍ୟାରେକ୍ଟର ବ୍ୟବହାର କରାଯାଇପାରିବ ନାହିଁ।
ଯଦି କୌଣସି ଆପ୍ ସ୍ପେଶାଲ କ୍ୟାରେକ୍ଟରର ଟ୍ରାଞ୍ଜାକ୍ସନ ଆଇଡି ଜେନେରେଟ କରିବ ତେବେ ସେଣ୍ଟ୍ରାଲ ସର୍ଭର ସେହି ପେମେଣ୍ଟକୁ ରିଜେକ୍ଟ କରିଦେବ।
ନେସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଏହାକୁ ସର୍କୁଲାର ବିଜନେସ ୟୁଜର୍ସଙ୍କ ପାଇଁ ଜାରି କରିଥିଲା, ହେଲେ ସାଧାରଣ ଲୋକଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ।
କାହିଁକି ନିଆଯାଇଥିଲା ଏହି ନିଷ୍ପତ୍ତି: NPCI UPI ଟ୍ରାଞ୍ଜାକ୍ସନ ଆଇଡି ଜେନେରେଟ କରିବାର ପ୍ରୋସେସକୁ ଷ୍ଟାଣ୍ଡାର୍ଡ କରିବାକୁ ଚାହୁଁଛି। ଏହା ବ୍ୟତୀତ ଏହାର ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମର ସେଫ୍ଟି ମଧ୍ୟ ବଢିବ। ଏଥିପାଇଁ ସେ ସସସ୍ତ କାମ୍ପାନୀଗୁଡ଼ିକର ଟ୍ରାଞ୍ଜାକ୍ସନ ଆଇଡିରେ କେବଳ ଅଲ୍ଫାନ୍ୟୁମେରିକ କ୍ୟାରେକ୍ଟର ବ୍ୟବହାର କରିବାର ଆଦେଶ ଦେଇଥିଲା।
ତେବେ ଆଜିଠୁ ଏହି ନିୟମ ଲାଗୁ ହେବ। ଯଦି କୌଣସି ଆପ ଆଜିଠୁ ଏହି ନିର୍ଦ୍ଦେଶର ପାଳନ କରିବ ନାହିଁ, ତେବେ ସେ ୟୁପିଆଇର ପେମେଣ୍ଟ କରିପାରିବ ନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ମୁତାବକ, ୨୦୧୯ରେ ଡିଜିଟାଲ ପେମେଣ୍ଟରେ ୟୁପିଆର ବ୍ୟବହାର ୩୪ ପ୍ରତିଶତ ଲୋକେ କରୁଥିଲେ। ଯାହା ବର୍ତ୍ତମାନ ଦ୍ୱିଗୁଣିତ ହୋଇ ୮୩ ପ୍ରତିଶତ ହୋଇଯାଇଛି।
ଦେଶରେ ୮୩ ପ୍ରତିଶତ ଡିଜିଟାଲ ପେମେଣ୍ଟ ୟୁପିଆଇରୁ ହୋଇଥାଏ। ଅନ୍ୟ ୧୭ ପ୍ରତିଶତରେ NEFT, RTGS, IMPS, କ୍ରେଡିଟ ଏବଂ ଡେବିଟ କାର୍ଡର ମାଧ୍ୟମରେ ସମସ୍ତ ଟ୍ରାଞ୍ଜାକ୍ସନ ହେଉଛି।