ମହିଳା ଫ୍ୟାନଙ୍କୁ ଦେଖି ବେକାବୁ ହେଲେ ଉଦିତ୍ ନାରାୟଣ , ଷ୍ଟେଜରେ ମହିଳାଙ୍କ ଓଠରେ ଦେଲେ ଚୁମା, ଦେଖନ୍ତୁ Video

ଷ୍ଟେଜରେ ଗାଉଥିଲେ ଦିୱାନାପନ୍ ଗୀତ । ନିଜ ଝିଅ ବୟସର ଯୁବତୀଙ୍କୁ kiss କଲେ ବଲିଉଡ ନାମକରା କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ।

ଓଡ଼ିଶା ଭାସ୍କର: ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ଏକ ଭିଡିଓ ଏକ୍ସରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହା ପାଇଁ ସୋସିଆଲ ମିଡିଆ ୟୁଜର୍ସ ଉଦିତଙ୍କ କାର୍ଯ୍ୟକୁ ନେଇ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।

lipkiss: ଭାଇରାଲ ହେଉଥିବା ଭିଡିଓରେ ଉଦିତ୍ ନାରାୟଣ ଷ୍ଟେଜରେ ଗୀତ ଗାଉଥିଲେ । ଏହାପେର ଜଣ ଜଣ କରି ମହିଳା ଫ୍ୟାନ୍ ତାଙ୍କ ପାଖକୁ ସିଲଫି ନେବାକୁ ଆସିଥିଲେ । ପ୍ରାୟ ସବୁ ମହିଳାଙ୍କ ଗାଲକୁ ଉଦିତ୍ କିସ୍ କରୁଥିବା ଦେଖାଯାଇଥିଲା ।

ମହିଳା କାବା: ଭାଇରାଲ ଭିଡିଓ ମୁତାବକ କଳାଡ୍ରେସ୍ ପିନ୍ଧିଥିବାଜୟ ଜଣେ ଯୁବତୀ ଉଦିତଙ୍କ ପାଖକୁ ସେଲଫି ନେବାକୁ ଆସିଥିଲେ । ଠିକ୍ ସେତିକିବେଳେ ଯୁବତୀ ଜଣକ ଉଦିତଙ୍କ ଗାଲକୁ କିସ୍ କରିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଉଦିତ ନାରାୟଣ ଯୁବତୀଙ୍କ ଓଠକୁ ଚୁମ୍ବନ ଦେଇଥିବାର ଦେଖିବାକୁ ମିଳୁଛି ଭାଇରାଲ ଭିଡିଓରେ ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆ ୟୁଜର୍ସ ଉଦିତଙ୍କୁ ହେଟ୍ କରିଛନ୍ତି । ସମାଲୋଚନା କରିବା ସହ କାର୍ଯ୍ୟକୁ ନିନ୍ଦା କରିଛନ୍ତି ।