ମୋବାଇଲ ଆମ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକୀୟ ଜିନିଷ ଭାବରେ ପରିଗଣିତ ହୋଇଗଲାଣି । ମାତ୍ର ଏହାର ବହୁଳ ବ୍ୟବହାର ନେଇ କୁପ୍ରଭାବ ବିଷୟରେ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ମୋବାଇଲର ଅଧିକ ବ୍ୟବହାର ଦ୍ୱାରା ଆମର ଶାରୀରିକ ତଥା ମାନସିକ ସ୍ଥିତି ଉପରେ କୁପ୍ରଭାବ ପକାଇଥାଏ । ମୋବାଇଲର ବ୍ଲୁ ଲାଇଟ୍ ଦୃଷ୍ଟିଶକ୍ତି କମାଇଦିଏ ।
ଅଧିକ ସମୟ ମୋବାଇଲ ସ୍କି୍ରନକୁ ଚାହିଁ ରହିଲେ ଡ୍ରାଇ ଆଇ ସିଣ୍ଡ୍ରୋମ ଏବଂ ଥକ୍କାପଣ ଦେଖାଦିଏ ।
ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ ଦେଖିଲେ ଏହା ମସ୍ତିଷ୍କରେ ମେଲାଟୋନିନ୍ ହରମୋନ ତିଆରି କମାଇଦିଏ । ଏହା ଦ୍ୱାରା ନିଦ ମଧ୍ୟ ଭଲ ହୁଏ ନାହିଁ। ନିଦ ନ ହେବାରୁ ନାନା ରୋଗ ଆକ୍ରମଣ କରେ ।
ସୋସିଆଲ ମିଡିଆ ଅତ୍ୟଧିକ ମାନସିକ ସ୍ଥିତି ବିଗାଡ଼ି ଦିଏ । ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶ ଉପରେ ପ୍ରଭାବ ପକାଇଥାଏ ।
ମାରମ୍ବାର ମୁଣ୍ଡ ତଳକୁ କରି ମୋବାଇଲ ଦେଖିବା ଦ୍ୱାରା ବେକ, କାନ୍ଧ, ପିଠିରେ ଯନ୍ତ୍ରଣା ଅନୁଭବ ହୁଏ । ତେଣୁ ଏସବୁଠାରୁ ଦୂରେଇ ରହିବା ପାଇଁ ଯେତେ ସମ୍ଭବ ମୋବାଇଲ ବ୍ୟବହାର କମ୍ କରନ୍ତୁ । ଯେତିକି ଆବଶ୍ୟକ ସେତିକି ମୋବାଇଲ ଦେଖନ୍ତୁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସବୁବେଳେ ପରାମର୍ଶ ଦେଇଆସୁଛନ୍ତି ।