Ind vs Eng 5th T20: ମ୍ୟାଚରେ ଭାରି ପଡିଲେ ଭାରତୀୟ ବୋଲର, ଇଂଲଣ୍ଡ ହରାଇଲା ଚତୁର୍ଥ ୱିକେଟ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟି୨୦ ଖେଳାଯାଉଛି। ଭାରତ ଇଂଲଣ୍ଡକୁ ଜିତିବା ଲାଗି ୨୪୮ ରନର ଟାର୍ଗେଟ ଦେଇଛି।
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜର ଶେଷ ମ୍ୟାଚ। ଉଭୟ ଟିମ ମଧ୍ୟରେ ଶେଷ ମୁକାବିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡର କ୍ୟାପ୍ଟେନ ଜୋସ ବଟଲର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ଚୟନ କରିଥିଲେ।
ଏହି ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୪୭ ରନ କରିଛି। ଭାରତୀୟ ଟିମ ପାଇଁ ଅଭିଷେକ ଶର୍ମା କମାଲ ପ୍ରଦର୍ଶନ କରିଛନ୍ତି। ସେ ବିସ୍ଫୋରକ ଶତକ ଲଗାଇ, ୧୩୫ ରନର ଇନିଂସ ଖେଳିଛନ୍ତି। ତାଙ୍କ କାରଣରୁ ଭାରତୀୟ ଟିମ ମ୍ୟାଚରେ ବଡ଼ ସ୍କୋର କରିପାରିଛନ୍ତି।
ଇଂଲଣ୍ଡ ହରାଇଲା ଚତୁର୍ଥ ୱିକେଟ: ବରୁଣ ଚକ୍ରବର୍ତ୍ତିଙ୍କ ବୋଲିଂରେ ଲିୟାମ ଲିବିଙ୍ଗଷ୍ଟୋନ ଭାରତୀୟ ଫିଲ୍ଡର ରିଙ୍କୁ ସିଂହଙ୍କୁ ଏକ ସିଧା କ୍ୟାଚ ମିଳିଛି। ସେ ମ୍ୟାଚରେ ମାତ୍ର ଚାରି ରନ କରିପାରିଛନ୍ତି। ଇଂଲଣ୍ଡ ୭.୧ ଓଭର୍ସ ପରେ ୫ ୱିକେଟର କ୍ଷତିରେ ୮୨ ରନ କରିଛନ୍ତି।