ପୁଣି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ବିରାଟ କୋହଲି, ଘର ଭିତରକୁ ଡାକି ଦେଲେ ଅଟୋଗ୍ରାଫ

ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ରବିବାର ଏକ ଏଭଳି କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି।

ନୂଆଦିଲ୍ଲୀ: ପୁଣିଥରେ ବିରାଟ କୋହଲିଙ୍କର ଫ୍ୟାନ୍ସଙ୍କ ପାଇଁ ଭଲପାଇବା ଦେଖିବାକୁ ମିଳିଛି। ସେ ଫ୍ୟାନ୍ସଙ୍କୁ ଗୁରୁଗ୍ରାମରେ ଥିବା ନିଜ ଘର ଭିତରକୁ ଡାକିଛନ୍ତି ଏବଂ ତାଙ୍କୁ ଅଟୋଗ୍ରାଫ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

କିଛି ଫ୍ୟାନ୍ସ ନିଜର ପ୍ରିୟ କ୍ରିକେଟରଙ୍କ ଏକ ଝଲକ ପାଇବାକୁ ବହୁ ସମୟ ଅପେକ୍ଷା କରିଥିଲେ।

କିଛି ଫ୍ୟାନ୍ସ ବିରାଟଙ୍କୁ ଦେଖିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଗିଥିଲେ। ଫ୍ୟାନ୍ସଙ୍କ ଖୁସି ପାଇଁ କୋହଲି ସେମାନଙ୍କୁ ଘର ଭିତରକୁ ଡାକି ବ୍ୟକ୍ତିଗତ ଭାବେ ସେମାନଙ୍କୁ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ହୃଦୟକୁ ଛୁଇଁଲା ଭଳି ଫଟୋ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ସାରା ଦୁନିଆର କ୍ରିକେଟ ପ୍ରେମୀ ବିରାଟଙ୍କର ଖୁବ ପ୍ରଂଶସା କରିଛନ୍ତି।

ଇଂଲଣ୍ଡ ବିପକ୍ଷରେ ୱାନଡେ ସିରିଜରେ ନଜର ଆସିବେ ବିରାଟ: ରଣଜୀ ମ୍ୟାଚରେ ଆଉଟ ହେବା ପରେ ବିରାଟ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଭାରତର ଘରୋଇ ୱାନଡେ ସିରିଜ ଉପରେ ଫୋକସ କରିଛନ୍ତି। ଦୁବାଇରେ ହେଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତର ପ୍ରସ୍ତୁତି ପାଇଁ ତାଙ୍କ ଫର୍ମ ଗୁରୁତ୍ୱପୂର୍ଣ୍ଣ ରହିବ।

ଏହି ସିରିଜ ପାଇଁ ବିରାଟ ଏବଂ କ୍ୟାପ୍ଟେନ ରୋହିତ ଶର୍ମା ନାଗପୁର ପହଞ୍ଚିସାରିଛନ୍ତି। ୨୦୨୪ରେ ଲିମିଟେଡ ୱାନଡେ ମ୍ୟାଚ ହେବା କାରଣରୁ ଏହି ସିରିଜ ଭାରତ ପାଇଁ ଚାମ୍ପିୟନ୍ସ ଟ୍ରଫି ପାଇଁ ନିଜର ପ୍ରସ୍ତୁତିକୁ ଉତ୍ତମ କରିବାର ସୁବର୍ଣ୍ଣ ସୁଯୋଗ।