‘AAP ଜିତିବ ୫୫ଟି ସିଟ୍‌’, ଦିଲ୍ଲୀ ନିର୍ବାଚନ ପ୍ରଚାରର ଶେଷ ଦିନ କେଜ୍ରିୱାଲଙ୍କ ବଡ଼ ଦାବି

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଆଜି ପ୍ରଚାରର ଶେଷ ଦିନ। ତିନୋଟି ପାର୍ଟୀର ବରିଷ୍ଠ ନେତା ପ୍ରଚାରରେ ସଂପୂର୍ଣ୍ଣ ଭାବେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ଆଜି ପ୍ରଚାରର ଶେଷ ଦିନ। ଏହାରି ମଧ୍ୟରେ ଆପର ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ମୋ ହିସାବରେ ଆପକୁ ନିର୍ବାଚନରେ ୫୫ ସିଟ ମିଳୁଛି।

ଯଦି ମାଆ-ଭଉଣୀ ଚାହାନ୍ତି, ସେମାନେ ୬୦ଟି ସିଟ୍ ଆମକୁ ଦେଇପାରିବେ।”

୫୫ ସିଟ୍‌ର ଦାବି: ଲୋକଙ୍କୁ ସମ୍ବୋନ୍ଧିତ କରି ସେ କହିଛନ୍ତି, “ଆଜି ୫ଟାରେ ପ୍ରଚାର ଶେଷ ହେଉଛି। ମୁଁ ସାରା ଦିଲ୍ଲୀରେ ବୁଲିଲି, ମୋତେ ଲୋକଙ୍କଠାରୁ ଜବରଦସ୍ତ ସମର୍ଥନ ମିଳୁଛି।

ଏଥିପାଇଁ ମୁଁ ଦିଲ୍ଲୀର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଅନେକ ଥର ଲୋକ ମୋତେ ପଚାରିଛନ୍ତି ଯେ, କେଜ୍ରିୱାଲ ଜୀ କେତେ ସିଟ୍ ମିଳିବ? ଆଜି ମୁଁ ଆପଣଙ୍କୁ କହୁଛି ଯେ, ମୋ ହିସାବରେ ଆମେ ୫୫ ସିଟ ଜିତିବୁ।

ଯଦି ମୋ ମାଆ ଭଉଣୀ ଜୋର କା ଧକ୍କା ଦିଅନ୍ତି, ତେବେ ଏହା ୬୦ ହୋଇଯିବ।”