ମାଲକାନଗିରି: ସେବାଶ୍ରମ ହଷ୍ଟେଲରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନାନୁଯାୟୀ, ମାଲକାନଗିରିର ଗମ୍ଫାକୋଣ୍ଡା ସେବା ଆଶ୍ରମ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏହି ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି, ସମସ୍ତଙ୍କୁ ପଚରାଉଚରା କରୁଛି।
ଗତକାଲି ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା, ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୂଚନାନୁଯାୟୀ, ଭଞ୍ଜନଗର ମାଲସାହିର ଏକ ଭଡ଼ା ଘରୁ ଏହି ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଛାତ୍ରୀ ଜଣକ ସୋରଡ଼ା ବ୍ଲକ୍ କେଶରା ଗାଁର।