ମାଟ୍ରିମୋନିରେ ପ୍ରସ୍ତାବରୁ ଠିକ୍ ହେଲା ବିବାହ, ହାତଗଣ୍ଠି ପୂର୍ବରୁ ଜଣାପଡିଲା ଯେ ବରର ରହିଛନ୍ତି 3 ଛୁଆ ତାପରେ…

ମାଟ୍ରିମୋନିଆଲ୍ ସାଇଟରେ ବିବାହ ପ୍ରତିଶ୍ରୁତି । ହାତଗଣ୍ଠି ପୂର୍ବରୁ ହେଲା ଫର୍ଦ୍ଧାଫାସ ।

ଭୁବନେଶ୍ବର: ମାଟ୍ରିମୋନିଆଲ ସାଇଟରେ ପ୍ରେମ ପରେ ପ୍ରତାରଣା । ବାହାଘରର ଭେନ୍ୟୁ ଠିକ ହେଲା ପରେ ଜଣାପଡିଲା ସତ । ସେ ବିବାହିତ ହୋଇଥିବା ବେଳେ ତାଙ୍କର 3ଟି ଛୁଆ ମଧ୍ୟ ରହିଛନ୍ତି ।

ଏହା ଜାଣିବା ପରେ ଯୁବକଙ୍କର ପାଦ ତଳୁ ମାଟି ଖସିଯାଇଥିବା କୁହାଯାଇଛି । ଏନେଇ ମହିଳାଜଣକ ଅଭିଯୋଗ କରିବା ପରେ ପୋଲିସ ଠକକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ବ୍ୟକ୍ତିଜଣକର ନାମ ଦୀପ୍ତି ରଞ୍ଜନ ପଟ୍ଟନାୟକ ବୋଲି ଜଣାପଡିଛି ।

ମହିଳାଙ୍କ ଅଭିଯୋଗ ଅନୁସାରେ, ମାଟ୍ରିମୋନିଆଲ ସାଇଟରେ ଦୀପ୍ତି ରଞ୍ଜନ ପଟ୍ଟନାୟକ ନାମରେ ଏକ ରିକ୍ବେଟ ଆସିଥିଲା । ଆସେପ୍ଟ କରିବା ପରେ କଥା ଆଗକୁ ବଢିଲା । ସେ ବିଜନେସ୍ କରିବା ସହିତ ଟ୍ରେଡିଂ କରୁଥିବା କଥା କହିଥିଲା । ଏହାପରେ ଉଭୟେ ବିବାହ କରିବା ପାଇଁ ସ୍ଥିର କରିଥିଲା । ଆକାଉଣ୍ଟ ବ୍ଲକ ହୋଇଯାଇଥିବା କହି ମହିଳାଙ୍କ ଠାରୁ ଦେଢ ଲକ୍ଷରୁ ଅଧିକ ଟଙ୍କା ନେଇ ଆଇଫୋନ କିଣିଥିଲେ ।

ଏପରି ସେ ଅନେକ ଟଙ୍କା ନେଉଥିଲେ । ଏଭଳି କିଛି ଦିନ ଯାଉ ଯାଉ ସେ ବାହା ହୋଇଛନ୍ତି ଏବଂ ତାଙ୍କର ଛୁଆ ରହିଥିବା କହିଛନ୍ତି । ଏହାପରେ ମହିଳାଜଣକ ଠକର ଶିକାର ହୋଇଥିବା ଭାବି କମିଶନରେଟ୍ ପୋଲିସର ଦ୍ବାରସ୍ଥ ହୋଇଥିଲେ ।

ବର୍ତ୍ତମାନ ପୋଲିସ ଠକକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ରାଜଧାନୀରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।