(Video): ସଂଗମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ସୂର୍ଯ୍ୟ ଦେବଙ୍କୁ ଦେଲେ ଅର୍ଘ୍ୟ

ପ୍ରୟାଗରାଜ: ଆଜି ତ୍ରୀବେଣୀ ସଂଗମରେ ବୁଡ଼ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂଜାର୍ଚ୍ଚନା ପରେ ପବିତ୍ର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ।

ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ସଂଗମ ଘାଟ । ଚାରିଆଡ଼େ ଆଧ୍ୟାତ୍ମିକ ମାହୋଲ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ଗାଧୋଇବା ସମୟରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଏକ ରୁଦ୍ରାକ୍ଷ ମାଳା ମଧ୍ୟ ଥିଲା । ସେ ପବିତ୍ର ସ୍ନାନ ପରେ ମନ୍ତ୍ର ମଧ୍ୟ ଜପ କରିଥିଲେ।

ଏହା ପୂର୍ବରୁ ୨୦୧୯ରେ ମୋଦୀ ଅର୍ଦ୍ଧକୁମ୍ଭ ସମୟରେ ଆସ୍ଥାର ପବିତ୍ର ବୁଡ଼ ପକାଇଥିଲେ ।

ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

କହିରଖୁଛୁ କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ମହାକୁମ୍ଭରେ ପବିତ୍ର ବୁଡ଼ ପକାଇ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।

ଜାନୁଆରୀ ୧୩ ପୌଷ ପୂର୍ଣ୍ଣିମା ତିଥି ଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭ ବିଶ୍ୱର ସବୁଠାରୁ ବିଶାଳ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାଗମ ଯେଉଁଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତଥା ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳିଥାଏ ।

ଚଳିତ ମହାକୁମ୍ଭ ଆସନ୍ତା ଫେବୃଆରୀ ୨୬ ମହାଶିବରାତ୍ରୀ ଦିନ ଶେଷ ହେବ ।