ହତାଶ ହେଲେ କ୍ରିକେଟ ପ୍ରେମୀ, ବାରବାଟୀରେ ଭାଙ୍ଗି ଦେଲେ ବ୍ୟାରିକେଡ

୬ଟାରେ କାଉଣ୍ଟର ବନ୍ଦ ହେବାରୁ ତାତିଲେ ଲୋକେ । ବାରବାଟୀରେ ବ୍ୟାରିକେଡ ଭାଙ୍ଗି ଦେଲେ ଲୋକେ ।

କଟକ: ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ । ଏନେଇ ଟିକେଟ୍ ବିକ୍ରି ଜାରି ରହିଥିବା ବେଳେ ତାତିଗଲେ ଲୋକେ । ହଠାତ୍ ଏବେ ବାରବାଟୀ ବାରିକେଡ୍ ଭାଙ୍ଗି ଦେଇଥିବା ଖବର ସାମ୍ନାକୁ ଆସୁଛି ।

 କାଉଣ୍ଟର ବନ୍ଦକୁ ନେଇ ତାତିଲେ-  ଦୀର୍ଘ ସମୟ ଧାଡିରେ ଛିଡା ହେବା ପରେ ଏଭଳି କାର୍ଯ୍ୟ କରିଥିବା ଜଣାପଡିଛି । କାଲି ସନ୍ଧ୍ୟାରୁ ଟିକେଟ ପାଇଁ ଅପେକ୍ଷା କରିଥିଲେ ହେଁ ପାଇନଥିଲେ । ଏହାରି ଭିତରେ ସନ୍ଧ୍ୟା 6 ଟାରେ କାଉଣ୍ଟର ବନ୍ଦ ହେବା କାରଣରୁ ତାତିଯାଇ ବ୍ୟାରିକେଡ୍ ଭାଙ୍ଗି ଦେଇଥିବା ଜଣାପଡିଛି ।

ବ୍ୟବସ୍ଥାକୁ ନେଇ ଅସନ୍ତୋଷ- ତେବେ ମ୍ୟାଚକୁ ନେଇ ଆଜିଠୁ ଅଫଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ କାଉଣ୍ଟରରୁ ହିଁ ଧାଡି ଦେଖାଯାଇଥିଲା । ବ୍ୟବସ୍ଥାକୁ ନେଇ କ୍ରିକେଟ ପ୍ରେମୀ ହତାଶ ହେବା ସହିତ ବ୍ୟାରିକେଡ୍ ଭାଙ୍ଗିଦେଇଥିବା ଜଣାପଡିଛି ।

ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍‌ ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ ବନ୍ଧା ଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାରି ଭିତରେ ବି ବର୍ତ୍ତମାନ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଛି ।