ସୋର: ଜଗନ୍ନାଥ ମନ୍ଦିରରୁ ଲୁଟ୍ । ତିନି ବିଗ୍ରହଙ୍କ ସୁନା ମୁକୁଟ ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଚମ୍ପୁ ଗାଁରେ ଦେଖିବାକୁ ମିଳିଛି ଅଘଟଣ ।
ଉକ୍ତ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରର ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ତିନି ବିଗ୍ରହଙ୍କ ସୁନା ମୁକୁଟ ସହ ଶ୍ରୀରାଧା କୃଷ୍ଣଙ୍କ ବଂଶୀ ଓ ଦାନବାକ୍ସ ଭାଙ୍ଗି ନେଇଗଲେ ଦୁର୍ବୃତ୍ତ । ଅଭିଯୋଗ ଆଧାରରେ ସୋର ପୋଲିସର ତଦନ୍ତ ଜାରି ରହିଛି ।
ତେବେ ଏଭଳି ଏକ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।