Video: ମହାମହିମ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ପୂର୍ବତନ ସିଆର୍‌ପିଏଫ୍‌ ଯବାନ

ବଲାଙ୍ଗୀର: ଚାକିରି ଆଳରେ ଠକେଇ ଅଭିଯୋଗରେ ଗିରଫ ହେଲେ। ହାତରୁ ସରକାରୀ ଚାକିରି ଗଲା। ଅଦାଲତରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଏବେ ଚାକିରିରେ ପୁନଃ ନିଯୁକ୍ତି ହେଉନାହିଁ।

ଶେଷରେ ପୂର୍ବ ସିଆର୍‌ପିଏଫ୍‌ ଯବାନ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ବଲାଙ୍ଗୀର ସହରରେ ଘଟିଛି।

ସ୍ଥାନୀୟ ତାଲପାଲିପଡ଼ାର ପୂର୍ବତନ ସିଆର୍‌ପିଏଫ୍‌ ଯବାନ ସୁଧୀର ଦାସ ସପରିବାର ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବା ପାଇଁ ରାଷ୍ଟ୍ରପତିଙ୍କଠାରେ ଆବେଦନ କରିଛନ୍ତି।

ଗତ ୨୦୦୮ ମସିହାରେ ଭୁବନେଶ୍ୱରଠାରେ ସେ କାର୍ଯ୍ୟରତ ଥିଲେ।