ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଡାଲି ଓ ତୈଳଜାତୀୟ ଦ୍ରବ୍ୟର ବି ବଢ଼ିପାରେ ସହାୟକ ମୂଲ୍ୟ।

କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଲେ ପୂର୍ବ ଭାରତ ରାଜ୍ୟର ପ୍ରତିନିଧି ମଣ୍ଡଳ। ରାଜ୍ୟ ଅତିଥି ଭବନରେ ବସିଥିବା ବୈଠକରେ ରଖିଲେ ପ୍ରସ୍ତାବ। ଧାନ, ଗହମ, ଡାଲି ଉତ୍ପାଦନ ଦରର ତଥ୍ୟ ଦେଲେ ପୂର୍ବ ଭାରତର ରାଜ୍ୟ।

MSP ମୂଲ୍ୟ କେତେ ବୃଦ୍ଧି କଲେ ଚାଷୀ ଉପକୃତ ହେବେ ସେନେଇ ହୋଇଛି ଆଲୋଚନା। ଖୁବଶୀଘ୍ର ରାଜ୍ୟଗୁଡ଼ିକ ଲିଖିତ ଆକାରରେ କେନ୍ଦ୍ରକୁ ପ୍ରସ୍ତାବ ଦେବା ନେଇ ହୋଉଛି ଚର୍ଚ୍ଚା।

କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମୂଲ୍ୟ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର। ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ପୂର୍ବ ବର୍ଷର ଦର ଅପେକ୍ଷା ୧୧୭ ଟଙ୍କା ବୃଦ୍ଧି କରାଯାଇଥିଲା। ଧାନ ସହିତ ୧୪ଟି ଫସଲର ଦର ମଧ୍ୟ ବୃଦ୍ଧି କରାଯାଇଥିଲା। ୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ର ସରକାର ଖରିଫ ଫସଲର ଏମଏସପିରେ ବୃଦ୍ଧି ହୋଇଥିଲା।

ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର, ସେ ନେଇ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।