ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ଭିତରେ ହାଇକୋର୍ଟରେ ପହଞ୍ଚିଲେ ଆରାଧ୍ୟା

କାହିଁକି ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆରାଧ୍ୟା ବଚ୍ଚନ। ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ଭିତରେ ଆରାଧ୍ୟା ପହଞ୍ଚିଲେ କୋର୍ଟରେ। ବାପା ମାଙ୍କ ପାଇଁ ନା ନିଜ ସମସ୍ୟା ନେଇ ଯାଇଛନ୍ତି କୋର୍ଟ।

ନୂଆଦିଲ୍ଲୀ: ପୁଣିଥରେ ହାଇକୋର୍ଟ ଗଲେ ଆରାଧ୍ୟା ବଚ୍ଚନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା। ପୁଣିଥରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହେଲେ କାହିଁକି।

ପୂର୍ବରୁ ବାପା ମାଙ୍କ ଛାଡ଼ପତ୍ର ହେବା ନେଇ ଅନେକ ଚର୍ଚ୍ଚା ହେଉଛି। ଐଶ୍ୱଯ୍ୟା ଓ ଅଭିଷେକଙ୍କ ମଧ୍ୟରେ କିଛି ଠିକ୍ ଚାଲିନି। ଅନେକ ସୋସିଆଲ ମିଡିଆରେ ସେ ଦୁହେଁ ଛାଡ଼ପତ୍ର ନେବା ନେଇ ଅନେକ କଥା ଘୂରି ବୁଲୁଛି। ଆଉ ଏହାରି ଭିତରେ ହାଇକୋର୍ଟରେ ପହଞ୍ଚିଛନ୍ତି ଝିଅ ଆରାଧ୍ୟା।

କାହିଁକି ଗଲେ କୋର୍ଟ: ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କୁ ନେଇ ଘୂରି ବୁଲୁଥିବା ଏନେକ ଖବର ମଧ୍ୟରେ କୋର୍ଟରେ ପହଞ୍ଚିଛନ୍ତି ଝିଅ ଆରାଧ୍ୟା। ତେବେ ଆରାଧ୍ୟା ନିଜ ବାପା ମାଙ୍କ ପାଇଁ ନୁହେଁ ବରଂ ନିଜ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ପୂର୍ବରୁ ମଧ୍ୟ ୨୦୨୩ ମସିହାରେ ସେ ଥରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିଛି ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ଖବର ପ୍ରଚାର କରାଯାଉଥିଲା। କିଛି ନିର୍ଦ୍ଦିଷ୍ଟ ୟୁଟ୍ୟୁବ ଚ୍ୟାନେଲ ଓ ପୋର୍ଟାଲରେ ଆରାଧ୍ୟାଙ୍କ ଗୁରୁତର ଅସୁସ୍ଥତା ନେଇ ଖବର ପ୍ରକାଶ ହୋଇଥିଲା।

ଯାହାପରେ ସେ କୋର୍ଟରେ ନ୍ୟାୟ ମାଗିଥିଲେ। ଏବଂ କୋର୍ଟ ମଧ୍ୟ ଏହାକୁ ଭର୍ତ୍ସନା କରିବା ସହ ଜଣେ ନାବାଳିକାଙ୍କ ସ୍ୱାସ୍ଥ୍ୟକୁ ନେଇ ଏଭଳି ମିଥ୍ୟା ତଥ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

ଗୁଗୁଲକୁ ନୋଟିସ୍: ଯେଉଁସବୁ ଚ୍ୟାନେଲରେ ଏପରି ଖବର ହୋଇଛି ସେ ସବୁର ଲିଷ୍ଟ ଦେବା ପାଇଁ କୋର୍ଟ ଗୁଗୁଲକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କିଛି ଚ୍ୟାନେଲକୁ ନୋଟିସ୍ ମଧ୍ୟ ପଠାଇଥିଲେ। ହେଲେ ଏବେ ପୁଣିଥରେ ଆରାଧ୍ୟାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସେହିଭଳି ଖବର ପ୍ରକାଶ କରାଯାଉଛି।

ଯାହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ୧୩ ବର୍ଷୀୟା ଆରାଧ୍ୟା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ବିଭ୍ରାନ୍ତିକର ସୂଚନା ସମ୍ପୂର୍ଣ୍ଣ ଭାବେ ହଟାଯାଇ ନଥିବାରୁ  ଆରାଧ୍ୟା ପୁଣିଥରେ କୋର୍ଟରେ ଆବେଦନ କରିଛନ୍ତି। ଏହାକୁ ନେଇ କୋର୍ଟ ଗୁଗୁଲ ସମେତ ଅନ୍ୟ ପ୍ଲାଟଫର୍ମଗୁଡିକୁ ନୋଟିସ୍ ପଠାଇଛନ୍ତି।