ସୁନା ଦାମରେ ଲାଗିଛି ନିଆଁ: ବଢିଗଲା ୨୧୮୦ ଟଙ୍କା, ଜାଣନ୍ତୁ ଭୁବନେଶ୍ବରରେ କେତେ ଅଛି ୨୪ କ୍ୟାରେଟର ଦାମ୍ ?
ଗୋଟିଏ ସପ୍ତାହରେ ସୁନା ଦର ବଢିଲାଣି ୨୧୮୦ଟଙ୍କା
ଭୁବନେଶ୍ବର: ଦିନକୁ ଦିନ ବଢି ଚାଲିଛି ସୁନା ଦର । ବର୍ତ୍ତମାନ ୮୬ ହଜାର ଉପରକୁ ଟପିଲାଣି ରେଟ୍ । ଗତ ସପ୍ତାହରେ ଦେଶରେ ୨୪ କ୍ୟାରେଟ ସୁନା ଦାମ ୨୧୮୦ ଟଙ୍କା ବଢିଯାଇଥିଲା । ସେହିଭଳି ୨୨ କ୍ୟାରେଟ ୨୦୦୦ ଟଙ୍କା ବଢିଥିଲା ।
ଆଜି ରବିବାର ୯ ଫେବୃୟାରୀରେ ଭୁବନେଶ୍ବରରେ ୨୪ କ୍ୟାରେଟ ୮୬,୬୭୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ୨୨ କ୍ୟାରେଟ ସୁନା ଦାମ ୭୯,୪୫୦ ଟଙ୍କାରେ ବିକ୍ରି ହେଉଛି ।
ଗତ ଆର୍ଥିକ ବର୍ଷର ୨୦୨୪-୨୫ ର ବଜେଟ୍ ପରେ ସୁନାର ମୂଲ୍ୟ ଦ୍ରୁତଗତିରେ ହ୍ରାସ ପାଇଥିଲା । ଚଳିତବର୍ଷ ୧ ଫେବୃଆରୀରେ ଉପସ୍ଥାପିତ ହୋଇଥିବା ବଜେଟ୍ ୨୦୨୫ ବେଳେ ସୁନା ଦର ଆକାଶଛୁଆଁ ହେଲାଣି ।
ସେହିପରି ଆଜି ଏକ ଗ୍ରାମ ରୂପାର ମୂଲ୍ୟ ୧୦୭ଟଙ୍କା ରହିଛି ।
ଏପଟେ ଦିଲ୍ଲୀରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ରେଟ ୮୬,୮୨୦ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ରେଟ ୧୦ ଗ୍ରାମକୁ ୭୯,୬୦୦ ରହିଛି ।