Breaking: ମହାକୁମ୍ଭକୁ ଯାଇ ଯାତ୍ରୀ ହଟହଟା, ସଙ୍ଗମ ଷ୍ଟେଶନରେ ତାଲା

ପ୍ରୟାଗରାଜ: ସଙ୍ଗମ ରେଳ ଷ୍ଟେଶନରେ ଜମୁଥିବା ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେଶନ ରେଳ କର୍ତ୍ତୃପକ୍ଷ ଷ୍ଟେଶନ ବନ୍ଦ ନିଷ୍ପତ୍ତି ନେଇଛନ୍ତି ।

ଷ୍ଟେଶନକୁ କର୍ମଚାରୀ ଆସିବେ ଅଫିସିଆଲ କାମ ହେବ । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଷ୍ଟେଶନ୍ ବନ୍ଦ ରହିବ ବୋଲି ଜଣାପଡ଼ିଛି ।

ଭିଡ଼ରେ କୌଣସି ଅପ୍ରିତିକର ଘଟଣା ନ ଘଟିବା ପାଇଁ ଷ୍ଟେଶନରେ ଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି ।

କୁମ୍ଭମେଳା ପାଇଁ ଷ୍ଟେଶନରେ ଲୋକଙ୍କ ଭିଡ଼ ଜମୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟେଶନ ପକ୍ଷରୁ ବ୍ୟବସ୍ଥା କରାଯିବ । ସୂଚନା ମୁତାବକ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରେଳ ଷ୍ଟେଶନ ବନ୍ଦ ରହିବ ।