(VIDEO) ଷ୍ଟେଜ ଉପରେ ହାର୍ଟଆଟାକ୍, ନାଚୁ ନାଚୁ ମୁହଁ ମାଡ଼ି ପଡ଼ିଲେ ଯୁବତୀ

"ଲହରା କେ ବଲଖା କେ" ଗୀତରେ ଷ୍ଟେଜରେ ଲଗାଉଥିଲେ ନିଆଁ। ନାଚୁ ନାଚୁ ମୁହଁ ମାଡ଼ି ତଳେ ପଡ଼ିଲେ। ଆଉ ହାର୍ଟଆଟାକରେ ଚାଲିଗଲା ଜୀବନ। ଭିଡିଓ ଭାଇରାଲ।

 ମଧ୍ୟପ୍ରଦେଶ: ନାଚୁ ନାଚୁ ଟଳିପଡିଲେ ଯୁବତୀ। ଭଉଣୀଙ୍କ ବାହାଘରରେ ବେଶ୍ ଖୁସି ଥିଲେ। ସେଥିପାଇଁ ତ ବାହାଘରର ମାସେ ଆଗରୁ ନାଚ ପ୍ରସ୍ତୁତି କରିଥିଲେ। ଆଉ ବାଛିଥିଲେ ସୁପର ହିଟ୍ ଗୀତ “ଲହରା କେ ବଲଖା କେ” ଗୀତ।

ଷ୍ଟେଜ୍ ଉପରେ ନିଜ ଡ୍ୟାନ୍ସର ଯାଦୁ ଦେଖାଉଥିଲେ ଯୁବତୀ ଜଣଙ୍କ। ତଳେ ଥିବା ଦର୍ଶକ ବି ତାଙ୍କ ନାଚକୁ ବେଶ ଉପଭୋଗ କରୁଥିଲେ। ହେଲେ ହଠାତ୍ ନାଚୁ ନାଚୁ ଟଳି ପଡିଥିଲେ ଯୁବତୀ ଜଣଙ୍କ। ପରେ ଜଣା ପଡିଲା କି ହାର୍ଟ ଆଟାକରୁ ତାଙ୍କ ଜୀବନ ଚାଲିଯାଇଛି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ  ଲାଗିଛି।

ହାର୍ଟଆଟାକ୍: ହାର୍ଟଆଟାକ୍ ଏପରି ଏକ ରୋଗ, ଯାହା କେତେବେଳେ ବି କେଉଁ ସମୟରେ କାହା ସହ ବି ଘଟି ଯାଇପାରେ। ଠିକ୍ ସେହିପରି ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରର ପରିନୀତାଙ୍କ ସହ। ସମ୍ପର୍କୀୟା ଭଉଣୀଙ୍କ ବାହାଘରକୁ ବିଦିସା ଆସିଥିଲେ। ଆଉ ବାହାଘରକୁ ମନଭରି ଉପଭୋଗ ମଧ୍ୟ କରୁଥିଲେ।

ଷ୍ଟେଜ ଉପରେ “ଲହରା କେ ବଲଖା କେ” ଗୀତରେ ନାଚୁଥିଲେ ମଧ୍ୟ। କିନ୍ତୁ ହଠାତ୍ ସେ ନାଚିବା ସମୟରେ ଷ୍ଟେଜ୍ ଉପରେ ମୁହଁ ମାଡି ପଡିଯାଇଥିଲେ। ପରେ ଜଣା ପଡିଲା କି ତାଙ୍କୁ ହାର୍ଟଆଟାକ ହୋଇଛି। ଯଦ୍ୱାରା ତାଙ୍କର ଜୀବନ ଚାଲିଯାଇଛି।

 

ଭାଇଙ୍କୁ ହୋଇଥିଲା ହାର୍ଟଆଟାକ୍ : କେବଳ ଏହି ଯୁବତୀଙ୍କୁ ହାର୍ଟ ଆଟାକ୍ ହୋଇଛି ତାହା ନୁହେଁ। ପୂର୍ବରୁ ତାଙ୍କ ନିଜ ଭାଇଙ୍କୁ ମଧ୍ୟ ହାର୍ଟଆଟାକ ହୋଇଥିଲା। ଛୋଟ ଥିବା ବେଳେ ହାର୍ଟଆଟାକରେ ଚାଲିଯାଇଥିଲେ ୧୨ ବର୍ଷୀୟ ସାନ ଭାଇର ଜୀବନ।

ସାଇକେଲ ଚଲାଉଥିବା ବେଳେ ତଳେ ପଡିଯାଇଥିଲେ। ପରେ ଜଣାପଡିଲା କି ତାଙ୍କର ହୃଦଘାତ ହୋଇଛି। ଆଉ ସେ ମୃତ୍ୟୁ ବରଣ କରିଛନ୍ତି। ଠିକ୍ ସେହିପରି ଏବେ ପରିନୀତାଙ୍କ ସହ ଘଟିଲା। ଯେହେତୁ ବାହାଘରରେ ତାଙ୍କର ସମସ୍ତ ସମ୍ପର୍କୀୟ ଥିଲେ। ତେଣୁ ସେହିଠାରେ ଶେଷକୃତ୍ୟ ହେଲା।