Breaking: ତହସିଲଦାରଙ୍କ ପାଖରେ ପୁଳା ପୁଳା ସମ୍ପତ୍ତି! ଅଫିସଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ଘରେ ପହଞ୍ଚିଲା ଭିଜିଲାନ୍ସ

ବାଲେଶ୍ୱର: ତହସିଲଦାରଙ୍କ ଘରେ ପଶିଲା ଭିଜିଲାନ୍ସ ଟିମ୍ । ରେମୁଣା ତହସିଳଦାରଙ୍କ ଘରେ ଭିଜିଲାନ୍ସ ଟିମ୍ ।

ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଚଢ଼ଉ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ରେଡ୍ ହୋଇଥିବା ସୂଚନା ।

ଏକକାଳୀନ ୭ଟି ସ୍ଥାନରେ ଭିଜିଲନ୍ସ ଚଢ଼ାଉ କରିଛି । ବାଲେଶ୍ୱରର ୪ଟି ଏବଂ ଭୁବନେଶ୍ୱରର ୩ଟି ସ୍ଥାନରେ ହୋଇଛି ରେଡ୍ । ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ଘରେ ମଧ୍ୟ ପହଞ୍ଚିଛି ଭିଜିଲାନ୍ସ ।