ପୁଣି ଥରେ ଫେରିଲା ବ୍ୟାନ ହୋଇଥିବା ଏହି ଚୀନ ଆପ୍ସ, ଜାଣନ୍ତୁ ଡିଟେଲ୍ସ
୨୦୨୦ ମସିହାରେ ଭାରତ ସରକାର ବନ୍ଦ କରିଥିବା ଚୀନ ଆପ୍ସ ପୁଣିଥରେ ଭାରତକୁ ଫେରିଛି।
ନୂଆଦିଲ୍ଲୀ: ୨୦୨୦ ମସିହାରେ ଭାରତ ସୁରକ୍ଷା ଦୃଷ୍ଟିରୁ ଅନେକ ଚାଇନିଜ ଆପ୍ସକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିଥିଲା। ହେଲେ ବିଗତ ବର୍ଷରେ ଚୀନ ସହ ସମ୍ବନ୍ଧ ଭଲ ହେବା ପରେ ଅନେକ ଆପ୍ସ ପୁଣିଥରେ ଭାରତକୁ ଫେରିଛି। ଆଇଫୋନ ଏବଂ ଆଣ୍ଡ୍ରଏଡ ପାଇଁ ସମୁଦାୟ ୩୬ଟି ଆପ୍ସ ଫେରିଛି।
ଏହି ଆପ୍ସ ଫେରିଲା ଭାରତ: ଭାରତକୁ ଫେରିଥିବା ଆପ୍ସରେ Xender, Shien, Youku, Taobao, MangoTV ଏବଂ Tantan ସମେତ ଅନେକ ସାରା ଆପ୍ସ ସାମିଲ ଅଛି। Xender ଏକ ଫାଇଲ ସେୟାରିଂ ଆପ ମଧ୍ୟ ଏଥିରେ ସାମିଲ ଅଛି।
ସେହିପରି Youku ଏଣ୍ଟରଟେନମେଣ୍ଟ ପାଇଁ ଏକ ଷ୍ଟ୍ରିମିଂ ଆପ୍। Taobao ଏକ ଅନଲାଇନ ସପିଂ ପ୍ଲାଟଫର୍ମ। Tantan ଚୀନର ଏକ ଡେଟିଂ ପ୍ଲାଟଫର୍ମ।
ଏଥିରେ ୟୁଜର୍ସଙ୍କର ଅନେକ କାମ ସହଜ ହୋଇଯିବ। ଭାରତ ହାରାହାରି ୨୦୦ ଚାଇନିଜ ଆପ୍ସକୁ ବ୍ୟାନ କରିଥିଲା। କିନ୍ତୁ କିଛି ଆପ୍ସକୁ ଅଣାଯାଇଛି। Shein ଏକ ଚାଇନିଜ ଅନଲାଇନ ଫ୍ୟାଶନ ଆପ୍ସ। ଏହା ପୁଣିଥରେ ଭାରତକୁ ଆସିସାରିଛି। ଏଥର ଏହି ଆପ୍ସ ରିଲାଏନ୍ସ ସହ ପାର୍ଟନରସିପ ଭାବେ ଆସିଛି।