ରାତି ୧୧ଟାରେ ପାକିସ୍ତାନକୁ କାହିଁକି ଯାଇଥିଲେ ମୋଦୀ, ଏୟାରପୋର୍ଟ ଅଧିକାରୀଙ୍କ ମୁଣ୍ଡ ଗୋଲ!

ଅଚାନକ ପାକିସ୍ତାନରେ ପ୍ରବେଶ କଲା ପ୍ରଧାନମନ୍ତ୍ରୀଙ୍କ ବିମାନ। ପାଖାପାଖି ରାତି ୧୧ଟାରେ ପାକିସ୍ତାନରେ ମୋଦୀଙ୍କୁ ଦେଖି ଆତଙ୍କିତ ହୋଇ ପଡ଼ିଲେ ପାକିସ୍ତାନୀ ଅଧିକାରୀ। ୪୬ ମିନିଟ୍ ପର୍ଯ୍ୟନ୍ତ ଇସଲାମାବାଦରେ ହଙ୍ଗାମା।

ଇସଲାମାବାଦ: ଅଚାନକ ପାକିସ୍ତାନରେ ପ୍ରବେଶ କଲା ମୋଦୀଙ୍କ ବିମାନ। ପାଖାପାଖି ୪୬ ମିନିଟ୍ ପର୍ଯ୍ୟନ୍ତ ପାକିସ୍ତାନରେ ରହିଲେ। ଯାହାପରେ ଇସଲାମାବାଦରେ ଆରମ୍ଭ ହୋଇ ଯାଇଥିଲା ହଙ୍ଗାମା।

ଏୟାରପୋର୍ଟ ଅଧିକାରୀଙ୍କ ମୁଣ୍ଡ ମଧ୍ୟ ଗୋଲ ହୋଇଯାଇଥିଲା। କୌଣସି ସୂଚନା ନଦେଇ କାହିଁକି ଆସିଛନ୍ତି ଭାରତର ପ୍ରଧାନମନ୍ତ୍ରୀ। ତା ପୁଣି ରାତି ୧୧ଟା ସମୟରେ। ଯଦି ଦେଖିବା ପୂର୍ବରୁ ପାକିସ୍ତାନ ନିଜ ଦେଶକୁ ଶତ୍ରୁ ପକ୍ଷରୁ ରକ୍ଷା କରିବା ପାଇଁ ଆକାଶ ମାର୍ଗରେ ବି ପ୍ରତିବନ୍ଧକ ଲଗାଇଥିଲା। ତା ସତ୍ତ୍ୱେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କାହିଁକି ପାକିସ୍ତାନ ଗଲେ ମୋଦୀ: ଯଦି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା, ତେବେ ଏହି ଘଟଣାଟି ନିକଟରେ ଘଟିଛି। ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତରେ ଥିବା ସମୟରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି।

ହଠାତ୍ ଫ୍ରାନ୍ସ ବଦଳରେ ପାକିସ୍ତାନରେ ରାତି ୧୧ଟାରେ ପ୍ରବେଶ କରିଥିଲେ ମୋଦୀ। ଯାହାକୁ ଦେଖି ଆତଙ୍କିତ ହୋଇ ପଡିଥିଲେ ପାକିସ୍ତାନୀ ଅଧିକାରୀ। ଏପରିକି ୪୬ ମିନିଟ୍ ପାଇଁ ଇସଲାମାବାଦରେ ହଙ୍ଗାମା ମଧ୍ୟ ଦେଖା ଦେଇଥିଲା।

ଯେତେବେଳେ କି ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ଥିଲେ, ପରେ ୨୦୧୯ରେ ପାକିସ୍ତାନ ଏହାର ଆକାଶ ମାର୍ଗକୁ ପ୍ରତିବନ୍ଧିତ କରିଥିଲା। ତଥାପି, କିଛି ମାସ ପୂର୍ବରୁ ଏହି ପ୍ରତିବନ୍ଧକ ଉଠାଇ ଦିଆଯାଇଥିଲା।

ଆଉ ଏବେ ପ୍ରଧାନମନ୍ତ୍ରୀ ପାକିସ୍ତାନରେ ପ୍ରବେଶ କରିଛନ୍ତି। ତେବେ ପ୍ରକୃତରେ ମୋଦୀଙ୍କର ପାକିସ୍ତାନ ଗସ୍ତ ନେଇ କୌଣସି ଯୋଜନା ନଥିଲା। ବରଂ ମୋଦୀ ବିମାନ ଯୋଗେ ଫ୍ରାନ୍ସ ଗସ୍ତରେ ଥିଲେ। ନୂଆଦିଲ୍ଲୀରୁ ଫ୍ରାନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଆଫଗାନ ଆକାଶ ସୀମା ବନ୍ଦ ଥିବାରୁ ମୋଦୀଙ୍କ ବିମାନ ଇଣ୍ଡିଆ 1, ଶେଖପୁରା, ହାଫିଜାବାଦ, ଚକୱାଲ ଏବଂ କୋହତ ଦେଇ ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲା। ଏବଂ ୪୬ ମିନିଟ୍ ପର୍ଯ୍ୟନ୍ତ ପାକିସ୍ତାନରେ ରହିଥିଲା। ଏନେଇ ପାକିସ୍ତାନର ଏଆରୱାଇ ନ୍ୟୁଜ୍ ଏହି ସୂଚନା ଦେଇଛି।

ରାତି ୧୧ଟାରେ ପାକିସ୍ତାନରେ ପ୍ରବେଶ: ନୂଆଦିଲ୍ଲୀରୁ ଉଡ଼ାଣ ଭରିବା ଦିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ରାତି ପ୍ରାୟ ୧୧ଟାରେ ପାକିସ୍ତାନ ଅଞ୍ଚଳ ଭିତରକୁ ପ୍ରବେଶ କରିଥିଲା ​​ଏବଂ ୪୬ ମିନିଟ୍ ପର୍ଯ୍ୟନ୍ତ ଦେଶର ଅଞ୍ଚଳ ଭିତରେ ରହିଥିଲା।

ପୂର୍ବରୁ, ଯେତେବେଳେ ନରେନ୍ଦ୍ର ମୋଦି ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ଭେଟିବା ପାଇଁ କିଭ ଯାଉଥିବା ବେଳେ ପୋଲାଣ୍ଡ ରାଜଧାନୀ ୱାର୍ସା ଗସ୍ତ କରିଥିଲେ, ତାଙ୍କ ବିମାନ ମଧ୍ୟ ପାକିସ୍ତାନ ଦେଇ ଯାଇଥିଲା।