ବିବାହ କରିବେ ରାହୁଲ ଗାନ୍ଧୀ, ସରିଲାଣି କାର୍ଡ ଛପା

ସୋସିଆଲ ମିଡିଆରେ ଘୂରି ବୁଲୁଛି ରାହୁଲ ଗାନ୍ଧୀଙ୍କ ବାହାଘର କାର୍ଡ। ଖୁବଶୀଘ୍ର ହାତକୁ ଦୁଇହାତ ହେବେ କଂଗ୍ରେସ ସାଂସଦ ରାହୁଲ!

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟାଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କଂଗ୍ରେସ ସାଂସଦ। ପୂର୍ବରୁ ଏମିତି ଅନେକ ଚର୍ଚ୍ଚା ହେଉଥିବା ବେଳେ, ଏବେ ତାଙ୍କ ବାହାଘରର କାର୍ଡ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଯେଉଁଥିରୁ କୁହାଯାଉଛି କି ଏତେ ଦିନର ଅପେକ୍ଷା ପରେ, ଶେଷରେ ହାତରୁ ଦୁଇ ହାତ ହେବାକୁ ଯାଉଛନ୍ତି କଂଗ୍ରେସ ଯୁବରାଜ। ବିଶେଷ କରି ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ନିଜର ଖାତା ଖୋଲି ପାରି ନଥିଲା। ତେଣୁ ବିଜେପି ନେତା କଟାକ୍ଷ କରି କହିଥିଲେ, ବୋହୂ ମିଳୁନି କି ବହୂମତ। ଯାହାପରେ ଏହି ବାହାଘର କାର୍ଡ ସାମ୍ନାକୁ ଆସିଛି।

ବିବାହ କରିବେ ରାହୁଲ: ତେବେ ଯଦି ନଜର ପକାଇବା ରାହୁଲଙ୍କ ବାହାଘର ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ ଥର ତାଙ୍କ ବିବାହ ଖବର ଚର୍ଚ୍ଚାର ସିରୋନାମା ପାଲଟିଛି।

ଏମିତିକି ତାଙ୍କ ସହ କିଛି ଝିଅଙ୍କ ନାଁ ମଧ୍ୟ ଯୋଡ଼ା ଯାଇଛି। ଏବଂ ଫଟୋ ମଧ୍ୟ ଭାଇରାଲ ହୋଇଛି। ଠିକ୍ ସେହିପରି ଏବେ ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାହାଘର କାର୍ଡ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୁହାଯାଉଛି ଖୁବଶୀଘ୍ର ରାହୁଲଙ୍କ ହାତଗଣ୍ଠି ପଡିବାକୁ ଯାଉଛି।

ବୋହୂ ମିଳୁନି କି ବହୂମତ: ନିକଟରେ ଦିଲ୍ଲୀର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ଆଉ ଯେଉଁଥିରେ କି କଂଗ୍ରେସ ଖାତା ଖୋଲିପାରିନାହିଁ। ପରେ ବିଜେପି ନେତା କଂଗ୍ରେସକୁ କଟାକ୍ଷ କରି କହିଥିଲେ କି ବୋହୂ ମିଳୁନି କି ବହୂମତ।

ହେଲେ ଏବେ ରାହୁଲଙ୍କ ବାହାଘର କାର୍ଡ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଆଉ ରାହୁଲ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଖବର ଟି ଏକ ଭାଇରାଲ ନ୍ୟୁଜ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।