ଦେଶରେ କମିଲା ଓଡ଼ିଶାରେ ବଢ଼ିଲା: ମୁଦ୍ରାସ୍ଫିତି ୬% ଉପରେ
ଦେଶରେ କମିଲା ଦରଦାମ୍ ଓଡ଼ିଶାରେ ବଢ଼ିଲା, ଜାନୁଆରୀ ମାସରେ ସମଗ୍ର ଦେଶରେ ଖୁଚୁରା ମୁଦ୍ରାସ୍ଫିତି ହ୍ରାସ ପାଇଥିବା ବେଳେ ଓଡ଼ିଶାରେ ଏହା ବୃଦ୍ଧି ପାଇଛି
ନୂଆଦିଲ୍ଲୀ: ମୁଖ୍ୟତଃ ଖାଦ୍ୟ ମୂଲ୍ୟ କମିବାରୁ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫିତି ୫ ମାସର ସର୍ବନିମ୍ନ ସ୍ତର ୪.୩୧ ପ୍ରତିଶତକୁ ହ୍ରାସ ପାଇଛି। ତେବେ ଜାତୀୟ ହାରଠାରୁ ଓଡ଼ିଶାରେ ମୁଦ୍ରାସ୍ଫିତି ଅଧିକ ରହିଛି । ଓଡ଼ିଶା ଦେଶରେ ଦ୍ବିତୀୟ ସର୍ବାଧିକ ମହଙ୍ଗା ରାଜ୍ୟ ହୋଇ ହୋଇଛି। ଦିଲ୍ଲୀରେ ସର୍ବନିମ୍ନ ମୁଦ୍ରାସ୍ଫିତି ୨.୦୨% ଥିବାବେଳେ ଓଡ଼ିଶାରେ ୬.୦୫ ପ୍ରତିଶତ ରହିଛି।
ତେବେ କେରଳ, ଓଡ଼ିଶା ଏବଂ ମଣିପୁରରେ ମୁଦ୍ରାସ୍ତ୍ରୀତି ହାର ୬%ରୁ ଊର୍ଦ୍ଧ୍ବ ରହିଛି। ମଣିପୁରରେ ମୁଦ୍ରାସ୍ଫିତି ସାରା ଦେଶରେ ସର୍ବଧିକ ୭.୪% ରେକର୍ଡ କରାଯାଇଛି। ଏହା ପୂର୍ବ ମାସରେ ୯.୪% ସ୍ତରରେ ଥିଲା । ଦ୍ୱିତୀୟ ସ୍ଥାନରେ କେରଳ ଥିବା ବେଳେ ଏଠାରେ ୬.୮% ଏବଂ ତୃତୀୟ ସ୍ଥାନ ଭାବେ ଓଡ଼ିଶାରେ ମୁଦ୍ରାସ୍ଫିତି ରହିଛି ୬.୧%। କେବଳ ଏହି ୩ ରାଜ୍ୟ ନୁହନ୍ତି ୮ ଅନ୍ୟ ରାଜ୍ୟରେ ମୁଦ୍ରାଗୀତି ୫% ରୁ ଊର୍ଦ୍ଧ୍ବ ରହିଛି। ଛତିଶଗଡରେ ଏହା ୫.୮%, ବିହାର ଏବଂ ହରିଆଣାରେ ୫.୧% ଏବଂ କର୍ଣ୍ଣାଟକରେ ୫% ରହିଛି। ଅଧିକାଂଶ ରାଜ୍ୟରେ ମୁଦ୍ରାସ୍ଫିତି ଚାପ କମୁଥିବା ବେଳେ ଗୋଆ ଏବଂ କେରଳରେ ଏହା ବୃଦ୍ଧି ହୋଇଛି।
(ଏନ୍ଏସ୍ୱ) ର ତଥ୍ୟ ଅନୁଯାୟୀ, ୨୦୨୫ ଜାନୁଆରୀରେ ମୁଦ୍ରାସ୍ଫିତି ୨୦୨୪ ଡିସେମ୍ବର ତୁଳନାରେ ୯୧ ବେସିସ୍ ପଏଣ୍ଟ ହ୍ରାସ ପାଇଛି। ୨୦୨୪ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫିତି ୫.୧% ଥିବାବେଳେ ଡିସେମ୍ବରରେ ୫.୨୨ ପ୍ରତିଶତ ଥିଲା। ୨୦୨୪ ଅଗଷ୍ଟ ପରେ ମୁଦ୍ରାସ୍ଫିତି ୪.୩୧ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ୨୦୨୪ ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ଫିତି ୮.୩୯% ଥିବାବେଳେ ୨୦୨୫ ଜାନୁଆରୀରେ ୬.୦୨ ପ୍ରତିଶତକୁ ହ୍ରାସ ପାଇଛି। ଜାନୁଆରୀରେ ପରିବା, ଅଣ୍ଡା, ଡାଲି, ଶଷ୍ୟ ଏବଂ ଶସ୍ୟଜାତ ଉତ୍ପାଦ, ଓ ଖାଦ୍ୟ ଶିକ୍ଷା, ପୋଷାକ ଏବଂ ସ୍ଵାସ୍ଥ୍ୟ ଖର୍ଜ କମିବାରୁ ଖୁଚୁରା ମୁଦ୍ରାସ୍ଫିତି ଓ ଖାଦ୍ୟ ମୁଦ୍ରାସ୍ଫିତି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।