ଶାସ୍ତ୍ରୀୟ ଗାୟକ ପଣ୍ଡିତ ପ୍ରଭାକର କାରେକରଙ୍କ ପରଲୋକ, ୮୦ ବର୍ଷରେ ବୁଜିଲେ ଆଖି
ଦୁନିଆରୁ ବିଦାୟ ନେଲେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପ୍ରଭାକର କାରେକର । ସେ ୮୦ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ନୂଆଦିଲ୍ଲୀ: ପ୍ରସିଦ୍ଧ ହିନ୍ଦୁସ୍ତାମୀ ଶାସ୍ତ୍ରୀୟ ଗାୟକ ପଣ୍ଡିତ ପ୍ରଭାକର କାରେକରଙ୍କ ମୁମ୍ବାଇରେ ପରଲୋକ ଘଟିଛି । ୮୦ ବର୍ଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ନିଜ ଆବାସରେ ସେ ବୁଧବାର ରାତିରେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।
କାରେକରଙ୍କୁ ‘ବକ୍ରତୁଣ୍ଡ ମହାକାୟ’ ଗୀତର କଣ୍ଠଶ୍ୱର ପାଇଁ ସମସ୍ତେ ଜାଣିଛନ୍ତି । ଏକ ଉତ୍କୃଷ୍ଠ ଗାୟକ ଏବଂ ଶିକ୍ଷକ ଭାବେ ସେ ଏଆଇଆରରେ ସମ୍ମାନୀତ ହୋଇଥିଲେ । ସେ ପଣ୍ଡତ ସୁରେଶ ହଲ୍ଦନକର, ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ ଏବଂ ପଣ୍ଡିତ ସିଆର ବ୍ୟାସଙ୍କ ଭଳି ପ୍ରତିଷ୍ଠିତ ଗାୟକଙ୍କଠାତୁ ଶିକ୍ଷା ପ୍ରାପ୍ତ କରିଛନ୍ତି ।
ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ ପଣ୍ଡିତ ପ୍ରଭାକରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସେ ଏକ୍ସ ଆକାଉଣ୍ଟରେ ଏହି ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।