ଇନଷ୍ଟାଗ୍ରାମରେ ନୂଆ ଫିଚର, ୧ ଘଣ୍ଟାରୁ ଅଧିକ ସମୟ ଦେଖିପାରିବେନି ରିଲ୍ସ

ମେଟାର ବଡ଼ ପଦକ୍ଷେପ। ଏଣିକି ଦିନକୁ ମାତ୍ର ୬୦ ମିନିଟ୍ ଚଲାଇପାରିବେ ଇନଷ୍ଟାଗ୍ରାମ। ଅଧିକ ସମୟ ହେଲେ ବନ୍ଦ ହୋଇଯିବ। ଆଉ ଖୋଲିବ ନାହିଁ। ବାପା ମାଙ୍କ ବିନା ଅନୁମତିରେ ରିଲ୍ସ ଦେଖିପାରିବେନି ପିଲା।

ନୂଆଦିଲ୍ଲୀ: ମେଟାର ବଡ଼ ପଦକ୍ଷେପ। ଇନଷ୍ଟାଗ୍ରାମରେ ଆସୁଛି ନୂଆ ଫିଚର। ଏଣିକି ଛୋଟ ପିଲାଙ୍କ ଲଗାମ ରହିବ ବାପା ମାଙ୍କ ହାତରେ। ପିତା ମାତାଙ୍କ ବିନା ଅନୁମତିରେ ଇନଷ୍ଟାଗ୍ରାମ ଚଲାଇପାରିବେ ନାହିଁ ଛୋଟ ଛୋଟ ପିଲା।

ଯେହେତୁ ଇନଷ୍ଟାଗ୍ରାମରେ ଅନେକ ଆପତ୍ତିଜନକ ପୋଷ୍ଟ ଆସୁଛି। ରିଲ୍ସ ଆସୁଛି। ଯାହାକି ଛୋଟ ଛୋଟ ପିଲାମାନଙ୍କ ଉପରେ ବେଶ ପ୍ରଭାବ ପକାଉଛି। ତେଣୁ ଏଥିରୁ କିପରି ପିଲାମାନଙ୍କୁ ଦୂରେଇ ରଖାଯାଇପାରିବ। ସେଥିପାଇଁ ଇନଷ୍ଟାଗ୍ରାମ ଆଣିବାକୁ ଯାଉଛୁ ନୂଆ ଫିଚର। ଯାହାର ନାଁ ହେଉଛି “ଇଂନଷ୍ଟାଗ୍ରାମ୍ ଫର୍ ଟିନ୍ସ’।

ନୂଆ ଫିଚର କ’ଣ: ବିଶେଷ କରି ଏହି ଫିଚର ୧୬ ବର୍ଷରୁ କମ୍ ପିଲା ମାନଙ୍କ ପାଇଁ। ହେଲେ ଏଥିରେ ୧୮ ବର୍ଷ ପର୍ଯ୍ୟନ୍ତ ପିଲା ଉପକୃତ ହେବେ। ଏହି ଫିଚର ଛୋଟ ପିଲାଙ୍କୁ ଆପତିଜନକ ଭିଡିଓ ଓ ଆପତିଜନକ ରିଲ୍ସ ଠାରୁ ଦୂରେଇ ରଖିବ।

ବାପା ମାଆଙ୍କ ଅନୁମତି: ଏହି ଇଂଷ୍ଟାଗ୍ରାମର ନୂଆ ଫିଚର୍ସକୁ “ଇଂନଷ୍ଟାଗ୍ରାମ୍ ଫର୍ ଟିନ୍ସ’ କୁହାଯାଉଛି।  ଏହି ଫିଚର ମାଧ୍ୟମରେ ସ୍କ୍ରିନରେ ସମୟ ସେଟ୍ କରାଯାଇ ପାରିବ। ଯଦ୍ୱାରା ଆପଣଙ୍କ ପିଲା ଇନଷ୍ଟାଗ୍ରାମରେ କେତେ ସମୟ ବିତାଉଛି ତାହା ଜାଣିପାରିବେ। ଏଥିରେ ଆପ୍ ବ୍ଲକ କରିବା ପାଇଁ ମଧ୍ୟ ଫିଚର ରହିବ।

ଏହି ଫିଚର୍ସ ଛୋଟ ପିଲାଙ୍କୁ ଏକ ହାଇ ସିକ୍ୟୁରିଟି ସିଷ୍ଟମ ପ୍ରଦାନ କରେ। ଏଥିରେ ଛୋଟ ପିଲା ଇଂନଷ୍ଟାଗ୍ରାମର କୌଣସି ବି ସେଟିଂକୁ ଚେଞ୍ଜ୍ କରିପାରିବେ ନାହିଁ। ଏଥିପାଇଁ ପିଲାଙ୍କୁ ତାଙ୍କ ମାତା ପିତାଙ୍କ ଅନୁମତି ନେବାକୁ ପଡିବ।

ଯଦି କୌଣସି ଇଂନଷ୍ଟା ଆକାଉଣ୍ଟ ଟିନ୍ ଏଜ୍ ଭିତରେ ଆସୁଛି ତେବେ ଇଂନଷ୍ଟାଗ୍ରାମ୍ ବାଇ-ଡିଫଲ୍ଟ ଆକାଉଣ୍ଟକୁ ପ୍ରାଇଭେଟ୍ ସେଟିଂରେ ରଖିଦେବ। ଏହାଦ୍ୱାରା ୟୁଜର୍ସ ସ୍ଥିର କରିପାରିବେ କି, ତାଙ୍କ ସହ କେଉଁମାନେ କଣ୍ଟାକ୍ଟ କରିପାରିବେ କେଉଁମାନେ କରିପାରିବେ ନାହିଁ।

ଆପତ୍ତିଜନକ କଣ୍ଟେଣ୍ଟରୁ ରକ୍ଷା କରିବ: ଏହି ଫିଚର୍ସ ମାଧ୍ୟମରେ ଯେଉଁମାନେ ଆପଣଙ୍କ ଚିହ୍ନା ଲୋକ କିମ୍ୱା ଯେଉଁମାନେ ଆପଣଙ୍କ ଆକାଉଣ୍ଟ ସହ କନେକ୍ଟ ଥିବେ ସେହିମାନଙ୍କ ପାଖରୁ ହିଁ କେବଳ ମେସେଜ୍ ଆସିବ।

ଅନ୍ୟ କୌଣସି ଆକାଉଣ୍ଟରୁ ମେସେଜ୍ ଆସି ପାରିବ ନାହିଁ। ଏହାଛଡା ପିଲାମାନେ କାହା ସହ କଥା ହେଉଛନ୍ତି ତାହା ବାପା ମା ଜାଣିପାରିବେ। ରିଲ୍ସରେ ଆସୁଥିବା ଆପତିଜନକ କମେଣ୍ଟକୁ ଫିଲ୍ଟର କରିଦେବ । ଯାହା କୁନି ପିଲାଙ୍କ ଉପରେ ପ୍ରଭାବ ପକାଇବନି।

କେବଳ ସେତିକି ନୁହେଁ ଅନେକ ସମୟ ଧରି ପିଲାମାନେ ଆଉ ଇନଷ୍ଟାଗ୍ରାମ ଚଲାଇପାରିବେ ନାହିଁ। କେବଳ ଦିନକୁ ମାତ୍ର ୬୦ ମିନିଟ୍ ଅର୍ଥାତ୍ ଏକ ଘଣ୍ଟା ପର୍ଯ୍ୟାନ୍ତ ଇନଷ୍ଟାଗ୍ରାମ ଦେଖିପାରିବେ। ଏହାଠାରୁ ଅଧିକ ସମୟ ହେଲେ ଆପେ ଆପେ ଇନଷ୍ଟାଗ୍ରାମ ବନ୍ଦ ହୋଇଯିବ। ଆଉ ଖୋଲିବ ନାହିଁ।