ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆ ଖେଳାଳିଙ୍କୁ ଝଟକା, ସାଙ୍ଗରେ ନେଇପାରିବେନି ପରିବାର
ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ନିଜର ପ୍ରଥମ ମ୍ୟାଚ ୨୦ ଫେବୃଆରୀରେ ଖେଳିବ। ସେହିପରି ଟିମ ଇଣ୍ଡିଆ ୧୫ ଫେବୃଆରୀରେ ଦୁବାଇ ଗସ୍ତ କରିବେ।
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆରମ୍ଭ ୧୯ ଫେବୃଆରୀରୁ ହେଉଛି। ଭାରତ ନିଜର ପ୍ରଥମ ମ୍ୟାଚ ୨୦ ଫେବୃଆରୀ ବାଂଲାଦେଶ ବିପକ୍ଷରେ ଖେଳିବ। ଏଥିପାଇଁ ଭାରତୀୟ ଟିମ ୧୫ ଫେବୃଆରୀରେ ଦୁବାଇ ଗସ୍ତ କରୁଛି।
ଆଇସିସି ଚାମ୍ପିୟନ୍ସ ପାଇଁ ଦୁବାଇ ଯାଉଥିବା ଭାରତୀୟ ଖେଳାଳି ସାଙ୍ଗରେ ସେମାନଙ୍କ ପରିବାର ଲୋକଙ୍କୁ ନେଇ ଯାଇପାରିବେନି। ବିସିସିଆଇର ନୂଆ ଟ୍ରାଭେଲିଂ ପଲିସି ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ପାଇଁ ଲାଗୁ ହେଉଛି।
୨୦ ଫେବୃଆରୀରୁ ହେବ ଆରମ୍ଭ: ଭାରତୀୟ ଟିମ ବାଂଲାଦେଶ ବିପକ୍ଷରେ ୨୦ ଫେବୃଆରୀରୁ ଖେଳିବ। ଏହାପରେ ଭାରତର ମୁକାବିଲା ପାକିସ୍ତାନ ସହ ୨୩ ଫେବୃଆରୀ ଏବଂ ନ୍ୟୁଜିଲ୍ୟାଣ୍ଡ ସହ ୨ ମାର୍ଚ୍ଚରେ ହେବ।
ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଟିମ, ନିଜ ମ୍ୟାଚ ଦୁବାଇରେ ଖେଳିବେ। ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ ୧୯ ଫେବୃଆରୀରୁ ପାକିସ୍ତାନର ତିନୋଟି ସ୍ଥାନରେ ଖେଳାଯିବ।
ଯାଇପାରିବେନି ପରିବାର: ଏହି ମ୍ୟାଚ ୩ ସପ୍ତାହରୁ ଅଧିକ ସପ୍ତାହ ଖେଳାଯିବ। ଏଥିପାଇଁ ମାର୍ଚ୍ଚ ୯ରେ ହେବାକୁ ଥିବା ଫାଇନାଲକୁ ମଧ୍ୟ ଦୃଷ୍ଟିରେ ରଖି ବିସିସିଆଇ ଖେଳାଳିମାନଙ୍କ ସହ ପରିବାର ଲୋକଙ୍କୁ ଯିବାର ଅନୁମତି ଦେବ ନାହିଁ।
ନୂଆ ନିୟମ ଅନୁସାରେ, ୪୫ ଦିନରୁ ଅଧିକ ସମୟ ମ୍ୟାଚ ହେଲେ, ଖେଳାଳିମାନଙ୍କ ସଙ୍ଗେ ତାଙ୍କ ପରିବାର ମାତ୍ର ୨ ସପ୍ତାହ ରହିପାରିବ।