ଅରୁଣଙ୍କ ପ୍ରଶ୍ନର ଉତ୍ତର ଦେଲେ ସୂର୍ଯ୍ୟବଂଶୀ, କହିଲେ ଅସ୍ମିତା ରାଜନୈତିକ ମୁଦ୍ଦା ନୁହେଁ

ଅସ୍ମିତାକୁ ନେଇ ଉତ୍ତର ଦେଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସନ୍ତୋଷଜନକ ନୁହେଁ କହିଲେ ଅରୁଣ ।

ଭୁବନେଶ୍ବର:  ବିଧାନସଭା ଅଧିବେଶନର ଦ୍ବିତୀୟ ଦିନରେ ଉଠିଲା ଓଡିଆ ଅସ୍ମିତା ପ୍ରସଙ୍ଗ । ଏହାକୁ ମୁଦ୍ଦା କରି ବିଜେପି ସରକାର ଗଢିଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଆରମ୍ଭ ହୋଇଛି ପ୍ରଶ୍ନ ଉତ୍ତର ।

ମୁହାଁମୁହିଁ ହେଲେ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ କ୍ରୀଡା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଓଡିଆ ଅସ୍ମିତା କଣ ବୋଲି ଅରୁଣ ପଚାରିଥିବା ବେଳେ ଉତ୍ତର ଦେଇଛନ୍ତି ସୂର୍ଯ୍ୟବଂଶୀ ।

 ଅସ୍ମିତାର ଅର୍ଥ ବୁଝାଇଲେ ମନ୍ତ୍ରୀ- ତେବେ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଓଡ଼ିଆ ଅସ୍ମିତାର ଅର୍ଥ ମୁଁ ପଣ ଏବଂ ଅହଂଜ୍ଞାନ, ଏପରିକି ମୁଁ ଭାବ, ମୁଁ ଅଛି ଏବଂ ଆତ୍ମ ପରିଚିତି । ଚଳନ୍ତି ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ ଓ ବ୍ୟାଖ୍ୟା ଦର୍ଶାଇଲେ ।

ଏହାପରେ ସୂର୍ଯ୍ୟବଂଶୀ ସୂରଜଙ୍କ ଅସ୍ମିତା ଉତ୍ତରକୁ ନେଇ ପ୍ରତିକ୍ରିୟା ଦେଇ ଅରୁଣ ସାହୁ । ମନ୍ତ୍ରୀ ଅଧା ଉତ୍ତର ରଖିଛନ୍ତି, ଏହା ସନ୍ତୋଷଜନକ ନୁହେଁ ବୋଲି ସେ କହିଛନ୍ତି ।

କହିରଖୁଛୁ କି, ଓଡିଆ ଅସ୍ମିତାର ଅର୍ଥକୁ ସରଳ ଭାଷାରେ ବୁଝାଇ ମନ୍ତ୍ରୀ କହିଛନ୍ତି, ଓଡିଆ ଅସ୍ମିତା ରାଜନୈତିକ ମୁଦ୍ଦା ନୁହେଁ । ଏହା ଓଡିଆମାନଙ୍କ ଭାବାବେଗ । ଆମ  ଅସ୍ତିତ୍ବର ଭାବରୁ ପ୍ରଦର୍ଶିତ କରିବା ହେଉଛି ଅସ୍ମିତା ବୋଲି ସେ କହିଛନ୍ତି ।