ପରୀକ୍ଷା ସମୟରେ କ’ଣ ଖାଇଲେ ମନେରହିବ ଅଧିକ ପାଠ, ମାନନ୍ତୁ ନ୍ୟୁଟ୍ରିସନ ଏକ୍ସପର୍ଟସଙ୍କ ପରାମର୍ଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ନ୍ୟୁଟ୍ରିସନ ଏକ୍ସପର୍ଟସ ସ୍ୱାସ୍ଥ୍ୟ ଆହାର, ନୀଦ ଏବଂ ଚିନ୍ତାରୁ ମୁକ୍ତି ଟିପ୍ସ ଦେଇଛନ୍ତି। ଏଥର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଛି ପରିବର୍ତ୍ତନ କରିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ଏପିସୋଡରେ ଟପ୍ ନ୍ୟୁଟ୍ରିସନ ଏକ୍ସପର୍ଟସ ସ୍କୁଲ ଛାତ୍ରଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ଘରର ଖାଦ୍ୟ ଖାଇବା ଏବଂ ଚିନ୍ତାରୁ ଦୂରେଇ ରହିବା ଲାଗି ଟିପ୍ସ ଦେଇଛନ୍ତି।

ନ୍ୟୁଟ୍ରିସନ ଆଣ୍ଡ ହେଲଥ ଏକ୍ସପର୍ଟସ ଶୋନାଲୀ ସଭରୱାଲ, ରୁଜୂତା ଦିୱେକର ଏବଂ ରେୱନ୍ତ ହିମନସିଂଗକା ‘ପରୀକ୍ଷା ପେ ଚର୍ଚ୍ଚା’ର ଏକ ସ୍ପେଶାଲ ସେସନ ସମୟରେ ହେଲଦୀ ଡାଏଟ ଅଭ୍ୟାସର ମହତ୍ତ୍ୱ ଏବଂ ପଢିବାରେ ସଫଳତା ହାସଲ କରିବାର ସଫଳତାରେ ବଲ ନୀଦର ଆବଶ୍ୟକ ବିଷୟରେ କହିଛନ୍ତି।

କଣ ଖାଇବେ: ମାଇକ୍ରୋବାୟୋଟିକ ନ୍ୟୁଟ୍ରିସନିଷ୍ଟ ଏବଂ ଲେଖକ ସଭରୱାଲଙ୍କ କହିବାନୁଯାୟୀ, ଘରେ ତିଆରି ହେଉଥିବା ଖାଦ୍ୟ ଚିନ୍ତା ଦୂର କରିବାରେ ସବୁଠୁ ଭଲ। ଖାଦ୍ୟରେ ବାଜରା ଏବଂ ବ୍ରାଉନ ରାଇସ ସାମିଲ କରାଯାଇପାରିବ।

ସନ୍ତୁଳିତ ଭୋଜନ କରିବା ଆବଶ୍ୟକ। ବାଜରା ହାରାହାରି ୮ ଘଣ୍ଟା ପର୍ଯ୍ୟନ୍ତ ପେଟକୁ ଭର୍ତ୍ତି ରଖିଥାଏ।

ସେହିପରି ଦିବେକର କହିଛନ୍ତି ଯେ, ପରୀକ୍ଷା ସମୟରେ ସେହି ଖାଦ୍ୟ ଖାଇବା ସଠିକ୍‌, ଯେଉଁଥିରେ ଆପଣ ଭଲ ଅନୁଭବ କରୁଛନ୍ତି। ହେଲେ ଚିନ୍ତାରୁ ମୁକ୍ତି ପାଇବା ଲାଗି ଅଧିକ ଖାଇବାଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ସେ ଖାସକରି ଜଙ୍କଫୁଡ ଏବଂ ଅଧିକ ଚିନି ଖାଦ୍ୟଠାରୁ ଦୂରେଇ ରହିବାକୁ କହିଛନ୍ତି।