ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ବନିଲେ ବ୍ରାଣ୍ଡ୍ ଆମ୍ୱାସାଡର୍
ମହାକୁମ୍ଭର ଭାଇରାଲ ଗର୍ଲ ମୋନାଲିସା ଏବେ ବେଶ ଖୁସ୍। ମଡଲିଙ୍ଗଠୁ ଆରମ୍ଭ କରି ବ୍ରାଣ୍ଡ୍ ଆମ୍ୱାସାଡର ଭଳି ମିଳୁଛି ବଡ଼ ବଡ଼ ପ୍ରୋଜେକ୍ଟ। ଜାଣନ୍ତୁ କିଏ ଦେଲେ ଅଫର।
ନୂଆଦିଲ୍ଲୀ: ମହାକୁମ୍ଭର ଭାଇରାଲ ଗର୍ଲ ମୋନାଲିସା ଗତ ଦୁଇ ଦିନ ହେବ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହେବାକୁ ନେଇ ଦୁଃଖୀତ ଥିଲେ। ହେଲେ ଏବେ ତାଙ୍କ ଭାଗ୍ୟ ପୁଣି ଥରେ ଚମକି ଉଠିଛି।
ଶୁଣିବାକୁ ମିଳୁଛି ବଲିଉଡ଼୍ ଫିଲ୍ମରେ ଏଣ୍ଟ୍ରି ସହ ଏକ କମ୍ପାନୀର ବ୍ରାଣ୍ଡ୍ ଆମ୍ୱାସଡର ବନିବାକୁ ଯାଉଛନ୍ତି ଭାଇରଲ ଗର୍ଲ ମୋନାଲିସା। ନିକଟରେ ସେ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରିଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା।
ବ୍ରାଣ୍ଡ୍ ଆମ୍ୱାସାଡର ଭାଇରାଲ ଗର୍ଲ: ମୋତି ଏବଂ ରୁଦ୍ରାକ୍ଷର ମାଳି ବିକ୍ରି କରୁଥିବା ପରିବାରରୁ ମହାକୁମ୍ଭରେ ପହଞ୍ଚି ଭାଇରାଲ ହୋଇଥିଲେ ମୋନାଲିସା। ଲୋକ ତାଙ୍କ ସୁନ୍ଦର ଆଖି ପାଇଁ ସେଲ୍ଫି ନେବା ଆରମ୍ଭ କରିଥିଲେ। ପରିସ୍ଥିତି ଏପରି ହେଲା ଯେ ସେ ଘରକୁ ଫେରିଯିବା ପାଇଁ ବାଧ୍ୟ ହେଲେ।
ହେଲେ ଏହି କୁମ୍ଭମେଳା ତାଙ୍କୁ ନୂଆ ପରିଚୟ ଦେଲା। ରୋଜଗାରର ନୂଆ ବାଟ ଦେଖାଇଲା। ପ୍ରଥମେ ତାଙ୍କ ପାଖକୁ ବଲିଉଡ୍ ଫିଲ୍ମର ଅଫର ଆସିଲା। ସେ ଫିଲ୍ମ କରିବା ପାଇଁ ରାଜି ମଧ୍ୟ ହୋଇଗଲେ। ଯେଉଁ ଫିଲ୍ମ ପାଇଁ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିବାକୁ ଯାଉଛି। ଆଉ ତା ଉପରେ ଆହୁରି ଅନେକ ଅଫର ମଧ୍ୟ ମୋନାଲିସାଙ୍କ ପାଖକୁ ଆସୁଛି।
ଯେଉଁଥିପାଇଁ ସେ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି। ଶୁଣିବାକୁ ମିଳୁଛି କି ମୋନାଲିସା ମାହେଶ୍ୱରୀ ଶାଢୀର ବ୍ରାଣ୍ଡ୍ ଆମ୍ୱାସାଡର ବନିବାକୁ ଯାଉଛନ୍ତି।
ମଡଲିଙ୍ଗଠୁ ବ୍ରାଣ୍ଡ୍ ଆମ୍ୱାସାଡର: ଯାହା ଶୁଣିବାକୁ ମିଳୁଛି ମୋନାଲିସାଙ୍କ ପାଖକୁ ମଡଲିଙ୍ଗଠୁ ଆରମ୍ଭ କରି ବ୍ରାଣ୍ଡ୍ ଆମ୍ୱାସଡର ପର୍ଯ୍ୟନ୍ତ ଅନେକ ଅଫର ଆସୁଛି। ଯେଉଁଥିପାଇଁ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିବ।
ଏଥିପାଇଁ ସେ ପ୍ରଥମ ଥର ନିଜ ପ୍ରୋଜେକ୍ଟ ପାଇଁ ବିମାନ ଯାତ୍ରା କରିଥିବାର ଫଟୋ ଦେଖିବାକୁ ମିଳିଥିଲା। ଆଉ ଏବେ ତାଙ୍କୁ ୭ ଷ୍ଟାର ହୋଟେଲରେ ନୂଆ ଲୁକରେ ଦେଖିବାକୁ ମିଳିଛି। ତା ସହ ଖୁବଶୀଘ୍ର ମୋନାଲିସା ମାହେଶ୍ୱରୀ ଶାଢୀର ବ୍ରାଣ୍ଡ୍ ଆମ୍ୱାସାଡର ଭାବରେ ନଜର ଆସିବାକୁ ଯାଉଥିବା ସୂଚନା ମିଳିଛି।