ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ

ରାଜନୈତିକ ମହଲରେ ପୁଣି ଚର୍ଚ୍ଚା, ବର୍ତ୍ତମାନ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

କଟକ: ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବର୍ତ୍ତମାନ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସେ ସେଠାରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ବିରୋଧୀଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କରିଛନ୍ତି ଆବେଦନ।

ନିକଟରେ ପ୍ରମିଳାଙ୍କ ଭାଇଙ୍କ ଘରେ ଇଡି ରେଡ୍ କରିଥିଲା। ତେବେ ସେ କେଉଁ କାରଣ ପାଇଁ ଆଗୁଆ ଜାମିନ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଡିସେମ୍ବର 18, 2024 ରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ବଡ଼ଧରଣର ଚଢ଼ାଉ କରିଥିଲା। ତାଙ୍କ ନାଁରେ ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଥିବା ନେଇ ଖବର ଆସିଥିଲା।

କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ସମ୍ବଲପୁରର ତିନିଟି ଓ ନୂଆଦିଲ୍ଲୀର ଗୋଟିଏ ସ୍ଥାନରେ ଇଡି ଚଢ଼ାଉ ଜାରି ରହିଥିଲା। ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲା। ଏନେଇ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଥିଲା।

କହିରଖୁଛୁ ମୃତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ Bharat integrated social welfare agency ଏନଜିଓର ପ୍ରତିଷ୍ଠାତା । ସେ ଏକାଧିକ ଜାତୀୟ ଓ ଘରୋଇ ବ୍ୟାଙ୍କରୁ ଋଣ ମଧ୍ୟ ନେଇଥିଲେ ।