ବେଦୀ ଉପରେ ଚାହିଁ ବସିଥିଲା କନିଆ, ଘୋଡ଼ା ଉପରୁ ଟାଣି ନେଇଗଲା ଯମ

ଘୋଡ଼ା ଉପରେ ବସି ନିଜ କନିଆର ହାତ ଧରି ନେବାକୁ ଆସିଥିଲା ବର। ହେଲେ ବାହା ବେଦୀ ପାଖରୁ ଘୋଡ଼ା ଉପରେ ସମସ୍ତଙ୍କ ପାଖରୁ ଛଡ଼େଇ ନେଲା ଯମ। ଭିଡ଼ିଓ ଭାଇରାଲ।

ମଧ୍ୟପ୍ରଦେଶ: କେତେ ଖୁସିରେ ବରଯାତ୍ରୀ ନେଇ ଘୋଡ଼ା ଗାଡ଼ିରେ ବସି ନିଜ କନିଆର ହାତ ଧରି ବାହା ହୋଇ ନିଜ ସାଥିରେ ନେବାକୁ ଆସିଥିଲେ। ଡିଜେ ବାଜୁଥିଲା ବରଯାତ୍ରୀ ବି ଖୁସିରେ ଡ୍ୟାନ୍ସ କରୁଥିଲେ।

ସେପଟେ କନିଆ ବି ନିଜ ବରର ଆସିବା ବାଟକୁ ବେଦୀ ଉପରେ ଚାହିଁ ବସିଥିଲା। ଆଉ ବର ବି ରଜା ଛୁଆ ଭଳି ଧଳା ଘୋଡ଼ା ଚଢ଼ି ଆସି ପହଞ୍ଚିଲା। ହେଲେ କଥାରେ ଅଛି ପରା ମରଣ ଯେତେବେଳେ ଆସେ କାହାକୁ ଚିଠି ଦେଇ ଆସେନି। ଠିକ୍ ସେହିପରି ଘୋଡ଼ା ଉପରେ ବସିଥିବା ଅବସ୍ଥାରେ ବରର ପ୍ରାଣବାୟୁ ଉଡ଼ିଗଲା।

କ’ଣ ଥିଲା ପୂରା ଘଟଣା: ଘଟଣାଟି ହେଉଛି ମଧ୍ୟପ୍ରଦେଶର ଶୈପୁରର। ଏକ ବିବାହ ସମାରୋହ ଚାଲିଥିଲା। ବାହା ମଣ୍ଡପ ବି ସଜା ସରିଥିଲା। ସେପଟେ ବରଯାତ୍ରୀ ସାଙ୍ଗରେ ଧରି ନିଜ କନିଆକୁ ସାଥୀରେ ନେବା ପାଇଁ ଘୋଡ଼ା ଚଢି ଆସିଥିଲେ ବର।

ଖୁସିରେ ଘୋଡ଼ାରୁ ଓହ୍ଲେଇ ବରଯାତ୍ରୀଙ୍କ ସହ ଡ୍ୟାନ୍ସ ମଧ୍ୟ କରିଥିଲେ। ଆଉ ଶେଷରେ ଆସି ବାହା ମଣ୍ଡପ ପାଖରେ ପହଞ୍ଚିଲେ। ବାହାଘରର ସମସ୍ତ ଆୟୋଜନ ସରିଥିଲା। ସେପଟେ କନିଆ ବି ବେଦୀ ଉପରେ ଅପେକ୍ଷା କରି ବସିଥିଲା।

ସମସ୍ତ ଅତିଥୀ ବର କନିଆଁଙ୍କୁ ଆର୍ଶୀବାଦ ଦେବା ପାଇଁ ପ୍ରସ୍ତୁତ ଥିଲେ। ଆଉ ବରଟି ଯେତେବେଳେ ଘୋଡ଼ା ଉପରେ ବସି ବେଦୀ ଆଡକୁ ଯାଉଥିଲେ ସେହି ଘୋଡ଼ା ଉପରେ ବସିଥିବା ଅବସ୍ଥାରେ ହିଁ ପଡିଗଲେ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

ତାଙ୍କୁ ସେଠାରୁ ପାଖରେ ଛାଡି ହୋଇଥିବା ଲୋକ ଘୋଡ଼ା ଉପରୁ ତଳକୁ ଓହ୍ଲାଇଥିଲେ। ଏବଂ ଚେତା ନଆସିବାରୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିଲେ।

ଯାହାପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳାଯାଇଛି। ଅନେକ ଆଶା ନେଇ ଖୁସିରେ ବାହା ହେବାକୁ ଚାହିଁ ବସିଥିବା କନିଆଟି ଯେପରି ସ୍ଥାଣୁ ପାଲଟିଯାଇଛି। ବର କନିଆ ଉଭୟଙ୍କ ପରିବାରର କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ।

ପୂର୍ବରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା: ପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶର ବିଦିଶାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଥିଲା। ନିଜ ଭୟଣାର ବାହାଘରରେ ଷ୍ଟେଜ ଉପରେ ନାଚିବା ସମୟରେ ପଡା ଯାଇଥିଲେ ଜଣେ ଯୁବତୀ। ପରେ ଜଣା ପଡିଲାକି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି।