Breaking: ଦିଲ୍ଲୀ ଷ୍ଟେସନରେ ଅଘଟଣ, ୟୁପିରେ ହାଇଆଲର୍ଟ
ଭିଡକୁ ଦୃଷ୍ଟିରେ ରଖି ୟୁପିର ସମସ୍ତ ରେଲଓ୍ୱେ ଷ୍ଟେସନରେ ହାଇଆଲର୍ଟ ଜାରି। ଗତକାଲି ଦିଲ୍ଲୀରେ ଅଘଟଣ ପରେ ସଜାଗ ୟୁପି ସରକାର।
ପ୍ରୟାଗରାଜ: ଦିଲ୍ଲୀ ଅଘଟଣ ୟୁପିରେ ହାଇଆଲର୍ଟ। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣା ୟୁପିରେ ହାଇଆଲର୍ଟ। ଉତ୍ତରପ୍ରେଦଶର ସବୁ ଷ୍ଟେସନରେ ହାଇଆଲର୍ଟ ଜାରି।
ଆଜି ରବିବାର ଥିବାରୁ ପ୍ରୟାଗରାଜରେ ଅଧିକ ଲୋକଙ୍କ ସମାଗମ ହେବାର ଆଶା ରହିଛି। ସେଥିପାଇଁ ତ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ହଠାତ୍ ପ୍ରୟାଗରାଜ ଯିବା ପାଇଁ ଦିଲ୍ଲୀ ଷ୍ଟେସନରେ ଭିଡ଼ ବଢ଼ିଯାଇଥିଲା।
ଯାହାଫଳରେ ଦଳାଚକଟା ପରିସ୍ଥିତି ଉପୁଜିଲା। ଯେଉଁଥିରେ ୧୮ ଜଣ ଲୋକଙ୍କର ପ୍ରାଣ ହାନି ହୋଇଥିବା ବେଳେ, ଏବେବି ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେପଟେ ଦିଲ୍ଲୀରେ ସିନା ଅଘଟଣ ଘଟିଲା। ଏପଟେ ୟୁପିରେ ହାଇଆଲର୍ଟ ଜାରି ହୋଇଗଲା। ଭିଡକୁ ଦୃଷ୍ଟିରେ ରଖି ୟୁପିର ସମସ୍ତ ରେଲଓ୍ୱେ ଷ୍ଟେସନରେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ଅଘଟଣ ପରେ ମହାକୁମ୍ଭର ଭକ୍ତମାନେ ବି ଭୟଭୀତ ହୋଇଯାଇଛନ୍ତି।