ସାମ୍ନାକୁ ଆସିଲା ଭୂକମ୍ପ ବେଳର ଦୃଶ୍ୟ, ସୋସିଆଲ ମିଡିଆରେ ଘୁରିବୁଲୁଛି Video

ମିଳିଲା ଭୂକମ୍ପ ଭିଡିଓ । ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

ନୂଆଦିଲ୍ଲୀ: ସୋମବାର ଭୋରୁ ଜାତୀୟ ରାଜଧାନୀ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ପରେ ବିହାର ଏବଂ ଉତ୍ତର ପ୍ରଦେଶର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି ।

ଲଗାତର ଏକାଧିକ ସ୍ଥାନରରେ ଭୂକମ୍ପ ସ୍ଥିତି ଉପୁଜିଥିବାବେଳେ କୌଣସି ଧନ ହାନୀ ଅବା ପ୍ରାଣ ହାନୀର ଖବର ପ୍ରକାଶ ପାଇନାହିଁ । ଗଣମାଧ୍ୟମ ଖବର ମୁତାବକ ଭୂକମ୍ପ ପାଇଁ ସ୍ଥନୀୟ ଅଞ୍ଚଳ ଲୋକମାନେ ଭୟଭିତ ଅଛନ୍ତି ।

ଆଗାମୀ ସମୟରେ ଆହୁରି ଭୂକମ୍ପ ଝଟକା ଅନୁଭୂତ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ସତର୍କ କରାଇଛନ୍ତି । ଏଥିସହ ଡରିବାର କୌଣସି ଆବଶ୍ୟକତା ନ ଥିବା ମଧ୍ୟ କହିଛନ୍ତି ।

ତେବେ ଏହି ଭିତରେ ଭୂକମ୍ପ ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଅନୁଭୂତ ଭୂକମ୍ପ ଝଟକାର ତୀବ୍ରତା ୪ ମ୍ୟାଗନିଚ୍ୟୁଡ୍ ଥିବାବେଳେ ଏହାର ଗଭୀରତା ୫ କି.ମି ଥିବା ଜଣାପଡିଛି ।