ଆଉ ରାଜ୍ୟରେ ନାହିଁ ଆଳୁ ସଙ୍କଟ, ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ

କିଛି ଦିନ ହେବ ଆଳୁ ସମସ୍ୟାକୁ ନେଇ ଚିନ୍ତାରେ ଥିଲେ ଖାଉଟି। ଏବେ ସେ ସମସ୍ୟା ଦୂର ହୋଇଛି। ରାଜ୍ୟବାସୀଙ୍କ ଚିନ୍ତା ଯାଇଛି।

ଭୁବନେଶ୍ୱର: ରାଜ୍ୟରେ ଆଉ ନାହିଁ ଆଳୁ ସମସ୍ୟା। ଧିରେ ଧିରେ ଦୂର ହୋଇଛି ଓଡ଼ିଶାର ଆଳୁ ସଙ୍କଟ। କିଛି ଦିନ ଧରି ରାଜ୍ୟରେ ଯେଉଁଭଳି ଭାବରେ ଆଳୁର ଦର ବୃଦ୍ଧି ପାଇବାରେ ଲାଗିଥିଲା। ଆଉ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ହେଲେ ଏବେ ସେ ସମସ୍ୟା ଦୂର ହୋଇଛି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଳୁ ସଙ୍କଟ ନେଇ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ। ଏହାସହ ଗତ କିଛି ଦିନ ଧରି ରାଜ୍ୟରେ ଯେଉଁ ସମସ୍ୟା ଉପୁଜିଥିଲା। ତାର କାରଣ ହେଉଛି ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନି ଉପରେ କଟକଣା ଲଗାଇଥିବା କାରଣରୁ ଘଟିଥିଲା। ଯାହାକି ଏବେ ଦୂର ହୋଇଛି।

ଆଳୁ ସଙ୍କଟ: ଆପଣମାନେ ତ ନିଜେ ଉପଭୋକ୍ତା। ଗତବର୍ଷ ଯେଉଁଭଳି ଭାବରେ ରାଜ୍ୟରେ ଆଳୁର ଦର ହୁ ହୁ ହୋଇ ବଢି ଚାଲିଥିଲା। ତାକୁ ନେଇ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଚିନ୍ତାରେ ପଡିଯାଇଥିଲେ।

ଯେହେତୁ ବିଶେଷ ଭାବରେ ଆଳୁ ପଶ୍ଚିମବଙ୍ଗରୁ ଓଡିଶାକୁ ଆସିଥାଏ। ଆଉ ଯେତେବେଳେ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଦେବା ବନ୍ଦ କରିଦେଇଥିଲେ। ସେତେବେଳେ ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଥିଲା। ଆଉ ଆଳୁ ପଶ୍ଚିମବଙ୍ଗରୁ ନ ଆସିବା କାରଣରୁ କିଛି ବେପାରୀ କଳାବଜାରୀ କରିବା ଆରମ୍ଭ କରିଦେଲେ।

ଯୋଗାଣ ମନ୍ତ୍ରୀଙ୍କ ସୂଚନାନୂସାରେ, ଡିସେମ୍ବର ଓ ଜାନୁଆରୀ ୨୦ ଭିତରେ ୨୫୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିବା ବେଳେ, ୩୬ ଜଣ ଖିଲାପକାରି ବ୍ୟବସାୟୀଙ୍କ ଠାରୁ ୨୯୧୦୦ ଟଙ୍କା ଜୋରିମାନା ଆଦାୟ କରାଯିବା ସହ, ସଙ୍ଗେସଙ୍ଗେ ୧୯ ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

ସରକାରଙ୍କ ପଦକ୍ଷେପ: ଆଳୁ ସଙ୍କଟକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ଚେଷ୍ଟା ଜାରି ରଖିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ହେଲେ ଏଥିରେ କିଛି ଉତ୍କର୍ଷ ନ ବାହାରିବାରୁ ଅନ୍ୟ ପନ୍ଥା ଆପଣାଇଥିଲେ।

ବାହାର ରାଜ୍ୟରୁ ଆଳୁ ରପ୍ତାନି: ଯେତେବେଳେ ଆଳୁ ସଙ୍କଟ କମିବାର ନାଁ ଧରିଲାନି, ସେତେବେଳେ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଲେ। ଆଉ ଆଳୁ ସଙ୍କଟ ଦୂର କରିବା ପାଇଁ ଉତ୍ତରପ୍ରଦେଶରୁ ୨୦୨୪ ମସିହାରେ ୬୦୦ କ୍ୱିଣ୍ଟାଲ ଆଳୁ ଓଡିଶାକୁ ଆଣିଥିଲେ ରାଜ୍ୟ ସରକାର। କେବଳ ସେତିକି ନୁହେଁ ପଞ୍ଜାବରୁ ମଧ୍ୟ ଆଳୁ ଅଣାଯାଇଥିଲା।

ଆଳୁ ସମସ୍ୟାକୁ ରୋକିବା ପାଇଁ ଅନ୍ୟ ରାଜ୍ୟରୁ ଆଳୁ ଆଣି ରାଜ୍ୟର ପ୍ରମୁଖ ସହର ଯଥା ଭୁବନେଶ୍ୱର , କଟକ, ସମ୍ବଲପୁର , ରାଉରକେଲା , ବ୍ରହ୍ମପୁର , ବାଲେଶ୍ୱର , ଜୟପୁର ଓ ବଲାଙ୍ଗିର ଆଦି ସ୍ଥାନମାନଙ୍କରେ ଆଳୁ ଯୋଗାଇ ଦିଆଯାଇଥିଲା।

 ନାହିଁ ଆଳୁ ସଙ୍କଟ: ଉତ୍ତର ପ୍ରଦେଶରୁ ଆଳୁ ଓଡିଶାକୁ ଆସିବା ପରେ ପଶ୍ଚିମବଙ୍ଗ ଉପରେ ଆଉ ଆଳୁ ପାଇଁ ନିର୍ଭର କଲାନି ଓଡ଼ିଶା। ଫଳରେ ସ୍ୱଭାବିକ ହେଲା ଆଳୁ ସମସ୍ୟା। ଆଉ ଏବେ ରାଜ୍ୟରେ ଆଳୁକୁ ନେଇ ସେପରି କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।