(Video) ଜୀବନ ଯୁଦ୍ଧରେ ହାରିଗଲେ ସାନ ଯାଆ, 28 ଦିନ ପୂର୍ବରୁ ବଡ ଯାଆ ଦେଇଥିଲେ ଯକୃତ
ସଫଳ ହେଲାନି ଯକୃତ ପ୍ରତ୍ୟାରୋପଣ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ସାନ ଯାଆ ।
ଭୁବନେଶ୍ବର: ଭଗବାନଙ୍କ ବିଚାରଧାରା ବଡ଼ ବିଚିତ୍ର । ସାନ ଯାଆକୁ ନୂଆ ଜୀବନ ଦେବାକୁ ଯକୃତ ଦାନ କରିଥିଲେ ବଡ ଯାଆ ।
କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଝାଙ୍କର ପାଲି ଗାଁର ଦୁଇ ଯାଆଙ୍କ କାହାଣୀ ପ୍ରେରଣଣାଦାୟୀ ରହିଥିବା ବେଳେ ଆଜି ଆଖି ବୁଜିଛନ୍ତି ସାନ ଯାଆ ।
ଗତ 24ରେ ହୋଇଥିଲା ଯକୃତ ପ୍ରତ୍ୟାରୋପଣ- ସମ୍ବଲପୁର ଝାଙ୍କର ପାଲି ଗାଁର ଦୁଇ ଯାଆ ପ୍ରତିମା ପ୍ରଧାନ ଓ ଉମାକାନ୍ତି ପ୍ରଧାନ । ତେବେ ଉମାକାନ୍ତିଙ୍କ ଯକୃତ ଖରାପ କାରଣରୁ ବଡ଼ ଯାଆ ଏକ ଯକୃତ ଦେବା ପାଇଁ ସ୍ଥିର କରିଥିଲେ । ଏହାପରେ ଗତ ଜାନୁଆରୀ ୨୪ ତାରିଖରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ବଡ ଯାଆ ସାନ ଯାଆକୁ ଯକୃତ ଦେଇଥିଲେ ।
28 ଦିନ ପରେ ମୃତ୍ୟୁ- ତେବେ ଏହା ସାରା ଓଡ଼ିଶାବସୀଙ୍କ ପାଇଁ ପ୍ରେରଣାଦାୟୀ ରହିଥିଲା । ସାନ ଯାଆଙ୍କ ପାଇଁ ବଡ଼ ଯାଆ କିଭଳି ଦେବଦୂତ ସାଜିଲେ ତାହା ଉଦାହରଣ ସାଜିଥିଲା ।
ହେଲେ 28 ଦିନ ପରେ ଚିକିତ୍ସା ଅବସ୍ଥାରେ ଆଜି ସାନ ଯାଆ ଆଖି ବୁଜିଛନ୍ତି । ପ୍ରେରଣାଦାୟୀ କାହାଣୀ ଆଜି ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି ।