ମୋବାଇଲ ପାଇଁ ନଷ୍ଟ ହେଉଛି ଭାଇଚାରା, ଆଜିର ମଣିଷ ପାଇଁ ନୂଆ ଆହ୍ୱାନ

ଭୁବନେଶ୍ୱର: କେନ୍ଦୁଝରରେ ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୟାନ। ମୋବାଇଲ ପାଇଁ କଣ କ୍ଷତି ହେଉଛି ତାହା କହିଛନ୍ତି ମୁଖ୍ୟମନ୍ତ୍ରୀ।ଆଜିର ମଣିଷ ସମାଜ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି ।

ମୋବାଇଲର ଅପକାରିତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋବାଇଲ ପାଇଁ ଘର ଭାଙ୍ଗୁଛି ବୋଲି କହିଛନ୍ତି ।ଏଥିସହ କେମିତି ସାମାଜିକ ସଂପର୍କକୁ ସୁରକ୍ଷିତ ରଖିହେବ ତାହାର ସୂତ୍ର ସମସ୍ତଙ୍କ ଆଗରେ ବଖାଣିଛନ୍ତି ।

ମୋବାଇଲ ପାଇଁ ସମ୍ପର୍କ ଭାଙ୍ଗିବା ସହିତ ସାମାଜିକ ସମ୍ପର୍କ ମଧ୍ୟ ଖରାପ କରୁଛି ବୋଲି କହିଛନ୍ତି । ମୋବାଇଲ ପାଇଁ ନଷ୍ଟ ହେଉଛି ଭାଇଚାରା ।

ଭାରତୀୟ ପରିବାର ହେଉଛି ଯୌଥ ପରିବାର । ସମୟ ପାଇଲେ ନିଜ ନିଜ ଭିତରେ ସୁଖଦୁଃଖ ବାଣ୍ଟିବା ଆମର ପରମ୍ପରା। କିନ୍ତୁ ବର୍ତ୍ତମାନ ସମୟରେ ମୋବାଇଲ ପାଇଁ ତାହା ସମ୍ଭବ ହୋଇପାରୁନାହିଁ । ଲୋକେ ସ୍ମାର୍ଟ ଫୋନରେ ଅଧିକ ସମୟ ବିତାଉଛନ୍ତି ।

ଫଳରେ ସମ୍ପର୍କୀୟ ସହ କେହି କଥା ହେଉନାହାନ୍ତି ।ସମ୍ପର୍କୀୟ ଭିତରେ ଦୂରତା ବଢ଼ିବାରେ ଲାଗିଛି। ତେଣୁ କଥାବାର୍ତ୍ତା ହୋଇ ସଂପର୍କ ଠିକ୍ କରିବା କଥା ଚିନ୍ତା କରନ୍ତୁ। ଏହା ଦ୍ବାରା ସଂପର୍କ ତିଷ୍ଠିବା ସହିତ ସମାଧାନର ବାଟ ମଧ୍ୟ ମିଳିବ।