ଅନଲାଇନରେ ପରୀକ୍ଷା ଦେଇ ପାଆନ୍ତୁ ଚାକିରି, ଭାରତୀୟ ପଶୁପାଳନ ନିଗମ ଲିମିଟେଡରେ ୨,୧୫୨ ପଦରେ ନିଯୁକ୍ତି ସୁଯୋଗ
ଭାରତୀୟ ପଶୁପାଳନ ନିଗମ ଲିମିଟେଡ ପକ୍ଷରୁ ବମ୍ପର ପଦବୀରେ ନିଯୁକ୍ତି।
ନୂଆଦିଲ୍ଲୀ: ଭାରତୀୟ ପଶୁପାଳନ ନିଗମ ଲିମିଟେଡ ୨୦୨୫ ପାଇଁ ଅନେକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ଅନୁଯାୟୀ, ସମୁଦାୟ ୨ ହଜାର ୧୫୨ ପଦରେ ନିଯୁକ୍ତି ଦିଆଯିବ।
ଏଥିରେ ପଶୁପାଳନ କୃଷି ବିନିଯୋଗ ଅଧିକାରୀ, ପଶୁପାଳନ କୃଷି ବିନିଯୋଗ ସହାୟକ ଏବଂ ପଶୁପାଳନ ଚାଷ କାର୍ଯ୍ୟ ସହାୟକ ଭଳି ପଦ ସାମିଲ ଅଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୧୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତୟ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।
ପଶୁପାଳନ କୃଷି ବିନିଯୋଗ ଅଧିକାରୀ-୩୬୨ଟି ପଦ
ପଶୁପାଳନ କୃଷି ବିନିଯୋଗ ସହାୟକ- ୧୪୨୮ଟି ପଦ
ପଶୁପାଳନ ଚାଷ କାର୍ଯ୍ୟ ସହାୟକ- ୩୬୨ଟି ପଦ
ଯୋଗ୍ୟତା: ପଶୁପାଳନ କୃଷି ବିନିଯୋଗ ଅଧିକାରୀ ପଦ ପାଇଁ ପ୍ରାର୍ଥୀ ଜଣକ ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ପଶୁପାଳନ କୃଷି ବିନିଯୋଗ ସହାୟକ ଚାକିରି ପାଇଁ ଆବେଦନ କରିବା ଲାଗି ପ୍ରାର୍ଥୀ ଦ୍ୱାଦଶ ପାସ କରିଥିବା ଆବଶ୍ୟକ। ପଶୁପାଳନ ଚାଷ କାର୍ଯ୍ୟ ସହାୟକ ପାଇଁ ୧୦ମ ପାଠ ପଢିଥିବା ଆବଶ୍ୟକ।
ଦରମା:
ପଶୁପାଳନ କୃଷି ବିନିଯୋଗ ଅଧିକାରୀ- ୩୮ ହଜାର ୨୦୦ ଟଙ୍କା
ପଶୁପାଳନ କୃଷି ବିନିଯୋଗ ସହାୟକ- ୩୦ ହଜାର ୫୦୦ ଟଙ୍କା
ପଶୁପାଳନ ଚାଷ କାର୍ଯ୍ୟ ସହାୟକ-୨୦ ହଜାର ଟଙ୍କା
ଏପରି ହେବ ଚୟନ:
ଏହି ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟାରେ ଏକ ଅନଲାଇନ ପରୀକ୍ଷା ସାମିଲ ହେବ। ପରୀକ୍ଷାରେ ପାସ ହୋଇଥିବା ପ୍ରାର୍ଥୀକୁ ସାକ୍ଷାତକାର ପାଇଁ ଡକାଯିବ। ଏହାପରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ଏହାପରେ ଏକ ଦିବସୀୟ ଟ୍ରେନିଂ ପାଇଁ ଆୟୋଜନ କରାଯିବ।
ଅନଲାଇନ ପରୀକ୍ଷା ସମୁଦାୟ ୫୦ ମାର୍କର ରହିବ। ସାକ୍ଷାତକାର ୫୦ ମାର୍କ। ଏଥିରେ ପ୍ରାର୍ଥୀ ୫୦ ପ୍ରତିଶତ ମାର୍କ ରଖିବା ଆବଶ୍ୟକ।
ଅବେଦନ ପ୍ରକ୍ରିୟା:
-ଅଫିସିଆଲ ୱେବସାଇଟ bharatiyapashupalan.com କୁ ଯାଆନ୍ତୁ।
-ଏଠାରେ ‘ଅନଲାଇନ ଆବେଦନ କରନ୍ତୁ’ ଲିଙ୍କ ଉପରେ କ୍ଲିକ କରନ୍ତୁ। ଏଥିସହ ଦିଆଯାଇଥିବା ନିର୍ଦ୍ଦେଶକୁ ଧ୍ୟାନ ସହକାରେ ପଢନ୍ତୁ।
-ଅନଲାଇନ ଆବେଦନ ପତ୍ର ଭରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ (ଫଟୋ, ଦସ୍ତଖସ୍ତ) ଅପଲୋଡ କରନ୍ତୁ।
-ଆବେଦନ ଶୁଳ୍କର ଫେମେଣ୍ଟ ଡେବିଟ/ କ୍ରେଡିଟ୍ କାର୍ଡ, ୟୁପିଆ ବା ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ କରନ୍ତୁ।
-ଶେଷରେ ଏହାର ପ୍ରିଣ୍ଟ ଆଉଟ୍ ବାହାର କରି, ସେଭ୍ ରଖନ୍ତୁ।